ଆଞ୍ଚଳିକ ଡିଗ୍ରୀ କଲେଜରେ ମୋ କଲେଜ ଅଭିଯାନ ପୋର୍ଟାଲର ଶୁଭାରମ୍ଭ

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ କଲେଜ ପରିସରରେ ୨୧.୦୩.୨୦୨୧ ରିଖ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ମୋ କଲେଜ ଅଭିଯାନ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । “ମୋ କଲେଜ ଅଭିଯାନ, ଓଡିଶା” ୱେବସାଇଟ ପୋର୍ଟାଲକୁ ଓଡ଼ିଶାର ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । ମୋ କଲେଜ ଅଭିଯାନ କନଭେନର ଡଃ ବିନୋଦ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ମୋ କଲେଜ ଅଭିଯାନର ଆଭିମୁଖ୍ଯ ଉଦ୍ଧେଶ୍ୟ ସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ। କଲେଜର ଉନ୍ନତି କଳ୍ପେ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଗଣଙ୍କ ସହଭାଗିତାର ପୂର୍ଣ୍ଣ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବିକାଶ କିପରି ହୋଇ ପାରିବ ସେଥିପାଇଁ ଅଧ୍ୟକ୍ଷ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ ପ୍ରମୋଦ କୁମାର ଚୌଧୁରୀ, ଅଧ୍ୟାପକ ନିରଞ୍ଜନ ଶତପଥୀ, ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ, ଅଧ୍ୟାପକ ବିରଞ୍ଚି ନାରାୟଣ ପ୍ରଧାନ ଓ ଅଧ୍ୟାପିକା ସୁଚରିତା କର ସହିତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ଯକ୍ରମରେ କଲେଜର ବହୁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ୍ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ପରିଶେଷରେ ଧନ୍ଯବାଦ ସହ ଅଭିଯାନର ପ୍ରଥମ ସମ୍ମିଳନୀ ସମାପ୍ତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀ ରଘୁନାଥ ପାଣି ଏବଂ ସରୋଜ କୁମାର ନାୟକ ଓ ସହଯୋଗ କରିଥିଲେ ଛାତ୍ର କାହ୍ନା ବେହେରା, ଶୁଭାଶିସ ପ୍ରଧାନ, ସନ୍ତୋଷ କୁମାର ନାୟକ, ରାଜେନ୍ଦ୍ର ସେଠି, ଅମିତ କୁମାର ଭୂୟାଁ ଓ ଗୋପାଳ ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ