ରେକର୍ଡ ‌ସ୍ତରରେ ଦୈନିକ କରୋନା ସଂକ୍ରମଣ ୭୨ ହଜାର ଟପିଲା

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍‌): ଦେଶରେ ଅସମ୍ଭାଳ ହେବାରେ ଲାଗିଛି କରୋନା ସ୍ଥିତି। ପ୍ରତିଦିନ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେବଳ ଏତିକି ନୁହେଁ ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୭୨,୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୨,୨୧,୬୬୫ ଛୁଇଁଛି । ଏହାସହ ଯାଇଛି ୪୫୯ ଜଣଙ୍କ ପ୍ରାଣ । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧,୬୨,୯୨୭ରେ ପହଞ୍ଚିଛି। ଅନ୍ୟପଟେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ପାଖାପାଖି ୧,୧୪,୭୪,୬୮୩ ଲୋକ ଆରୋଗ୍ୟ ଲାଭ କଲେଣି । ଏହାସହ ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ରହିଛି ୫,୮୪,୦୫୫।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ