ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ସମଣା ବିଜୁ ଯୁବବାହିନୀ ପକ୍ଷରୁ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଯାଇଛି । ବରାଙ୍ଗ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପତିତ ପାବନ ନନ୍ଦ, ବରିଷ୍ଠ ନାଗରିକ ବାମଦେବ ନାୟକ, ଚନ୍ଦ୍ରଶେଖର ଜେନା, ଧୁଶାସନ ବେହେରା, ସୁବାସ ଚନ୍ଦ୍ର ଦୋରା, ରବିନାରାୟଣ ନନ୍ଦ, ଯୁବବାହିନୀର ସଭାପତି ଅଭୟ କୁମାର ସାହା, ସମ୍ପାଦକ ଚିତ୍ତରଞ୍ଜନ ଜେନା, କୋଷାଧ୍ୟକ୍ଷ ପ୍ରକାଶ ନାରାୟଣ ନନ୍ଦ ପ୍ରମୁଖ ଯୋଗଦେଇ ରାସ୍ତାରେ ଯାଉଥିବା ଗାଡି ଚାଳକ ମାନଙ୍କୁ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ । ହେଲମେଟ ପିନ୍ଦି ଗାଡି ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ନହେବା, ସିଟବେଲ୍ଟ ବ୍ୟବହାର କରିବା ଆଦି ସମ୍ପର୍କରେ ଗାଡି ଚଳାକଙ୍କୁ ବୁଝାଇଥିଲେ । ଯେଉଁ ଗାଡି ଚାଳକମାନେ ହେଲମେଟ ପିନ୍ଧି ଗାଡି ଚଳାଉଥିଲେ ସେମାନଙ୍କୁ ଚକୋଲେଟ ଓ ଗୋଲାପଫୁଲ ଦିଆଯାଇ ସମ୍ବର୍ଦ୍ଧିତ କରାଯାଉଥିଲା । ବିଜୁ ଯୁବବାହିନୀର ସଦସ୍ୟ ଚନ୍ଦନ ସାହା, ମଳୟ ନନ୍ଦ, ଅଭିଷେକ ନନ୍ଦ, ଦୁନିଲ ସାହା, ଆଲୋକ ଦାସ, ସତ୍ୟାନନ୍ଦ ଦୋରା, ଲକ୍ଷ୍ମୀପ୍ରୀୟା ପଣ୍ଡା, ନୟନା ନନ୍ଦ. ଇତିଶ୍ରୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ