ଶିକ୍ଷାଶିକ୍ଷାବିତ୍ ନରେନ୍ଦ୍ର ନାଥ ରଥଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଅଧ୍ୟାପକ ହିମାଂଶୁ ସେଖର ଅଚର୍ଯ୍ୟାଙ୍କୁ ସ୍ତମ୍ଭକାର ସ‌ମ୍ମାନ

ତିର୍ତ୍ତୋଲ (ଅଭିଷେକ ତ୍ରିପାଠୀ )ତିର୍ତ୍ତୋଲ ବ୍ଲକ ଅଧୀନ ପଟିଲୋ ପଞ୍ଚାୟତ ମହିଳୋ ଠାରେ ନରେନ୍ଦ୍ର ନାଥ ରଥ ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ସ୍ବର୍ଗତ ନରେନ୍ଦ୍ର ନାଥ ରଥଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି। ଏହି ସ୍ମୃତିଚାରଣ ସଭାରେ ଶିକ୍ଷାବିତ୍ ଲୋକନାଥ ବଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲର ମାନ୍ୟବର ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ ତାଙ୍କୂ ଜଣେ ଆଦର୍ଶ ଶିକ୍ଷକ ଓ ସ୍ଥାନୀୟ ଜନସାଧରଣଙ୍କ ଉପକାରୀ ବନ୍ଧୁ ଥିଲେ ବୋଲି କହିଥିଲେ। ବିପଦ ଆପଦରେ ସମସ୍ତଙ୍କ ପଖରେ ପହଞ୍ଚି ସାହାଜ୍ୟର ହାତ ବଢାଉଥିଲେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଶେଖର ଆଚର୍ଯ୍ୟା ଯୋଗ ଦେଇ ସ୍ବର୍ଗତ ରଥ ଜଣେ ଦରଦୀ ମଣିଷ ଥିଲେ ବୋଲି ଅଭିହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଦ୍ରୁଯ୍ୟଧନ ଦାସ, ଜଗତସି°ହପୁରର ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ, ସାହିତ୍ୟିକ ଅମର ଜ୍ୟୋତି ସାହୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରଥଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ। ଏହି ଅବସସରେ ବହୁ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶିତ ସ୍ମରଣିକା ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସ୍ମୃତି କମିଟି ପକ୍ଷରୁ ଏକ ସ୍ବେଚ୍ଛକୃତ ରକ୍ତଦାନ ଶିବିରର ଓ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସତ୍ୟରାଜ ରଥ, ବିଘ୍ନରାଜ ରଥ, ରମ୍ୟରାଜ ରଥ, ସରପଞ୍ଚ ଚିତ୍ତ ରଞ୍ଜନ ରଥ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମନୋଜ ମହାନ୍ତି, ପୂର୍ବତନ ସରପଞ୍ଚ ଦେବଦତ୍ତ ଖଣ୍ଡୁଆଳ, ସମିତି ସଭ୍ୟା ସନ୍ଧ୍ୟାରାଣୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ