ଗଜପତିରେ ନାଇଟ୍ କର୍ଫ୍ୟୁ, ରାତ୍ର ୯ରୁ ସକାଳ ୫ ବଳବତ୍ତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ ସଂକ୍ରଣର ଦ୍ୱିତୀୟ ଲହରରେ କୋଭିଡ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରୀ କରାଯାଇଛି ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ଶନିବାର ରାତ୍ର ୯ଘଣ୍ଟା ସମୟରେ ସାକଳା ୫ଘଣ୍ଟା ପର୍ଯ୍ୟନ୍ତ ରାତ୍ରି କାଳୀନ ତଥା ନାଇଟ କର୍ଫ୍ୟୁ ଜାରୀ କରାଯାଇଛି । ଫଳରେ ଜିଲ୍ଲା ବ୍ୟାପୀ ସମେତ ସମଗ୍ର ପାରଳାଖେମୁଣ୍ଡି ସହରର ନିଃଶବ୍ଦ ପାଲଟି ଯାଇଛି । ସହରରେ ଶୁଭୁଛି କେବଳ ପୋଲିସ୍ ସାଇରନ । ରାତି ୮.୩୦ରୁ ସମସ୍ତ ଦୋକାନ ବଜାର ସହ ଗାଡି ମୋଟର ବାଇକ ଚଳାଚଳ ବନ୍ଦ ହୋଇଯିବା ସହ ଶୁଶାନ୍ ହୋଇପଡୁଛି ରାସ୍ତା ଘାଟ । ଜନସାଧାରଣଙ୍କ ବାହାରକୁ ବାହାରିବା ମନା ଯୋଗୁଁ ଚଳଚଞ୍ଚଳ ସହର ସମ୍ପୂର୍ଣ୍ଣ ଭାବେ ଶୁନଶାନ ହୋଇପଡିଥିବାର ଦେଖିବାକୁ ମିଳିଥିଲା । ସମସ୍ତ ଛକ ସ୍ଥାନରେ ଜଗି ରହିଥିଲେ ପୋଲିସ କର୍ମୀ । କରୋନା ମହାମାରୀର ଦ୍ୱିତୀୟ ଲହରକୁ କଡା ମୁକାବିଲା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଜିଲ୍ଲାରେ ଜାରି କରାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୯ ଘଣ୍ଟା ଠାରୁ ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ବାରଣ କରାଯାଇଛି । ଜିଲ୍ଲାର ଓଡିଶା-ଆନ୍ଧ୍ର ସୀମାନ୍ତ ସମେତ ସମସ୍ତ ପ୍ରବେଶ ପଥରେ ଚେକିଂ କଡାକଡି କରାଯାଇଛି । କିଛି ଜରୁରୀକାଳୀନ ସେବା ତଥା ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ଅନୁମତି ଦିଆଯାଇଥିବା ବେଳେ ଅମାନିଆଙ୍କୁ ଧରୁଛି ପୋଲିସ । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପୋଲିସ ପେଟ୍ରୋଲିଂରେ ସାମିଲ ହୋଇଛନ୍ତି ନିଜେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ । ରାତି ଓ ଦିନର ବହିଭିନ୍ନ ସମୟରେ ଓଡିଶା-ଆନ୍ଧ୍ର ସୀମାନ୍ତ ପ୍ରେବଶ ପଥରେ ନାକା ଲଗାଯାଇ ଯିବା ଆସିବା କରୁଥିବା ସମସ୍ତଙ୍କୁ ଯାଞ୍ଚ କରାଯାଉଛି । ଦିନ ବେଳା ସୀମାନ୍ତ ପ୍ରବେଶ ପଥର ପୁରୁଣାପାଟଣା ଓ ଢାମୁଣୀଗାଁ ନାକେଗେଟ ଠାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ କଡାକଡି କରାଯିବା ସହ ବାହାରୁ ଆସୁଥିବା ଲୋକଙ୍କ କୋଭିଡ ଚିହ୍ନଟ ପରୀକ୍ଷଣ କରାଯାଉଛି । ଦିନ ଓ ରାତିରେ ରାସ୍ତାରେ ପୋଲିସ ପଇଁତରା ମାରି ମାସ୍କ ପିନ୍ଧିବା, ଜନଗହଳିକୁ ଏଡାଇବା ଓ ନାଇଟ କର୍ଫ୍ୟୁ ଉପରେ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି ବୋଲି ଏସ୍ପି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।


