ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ବିଜେପି ଆସ୍କା ରୋଡ ମଣ୍ଡଳ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ନଗର ସ୍ଥିତ ଶାନ୍ତି ମାର୍ଗ ୪ର୍ଥ ଲେନ୍ ଠାରେ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲ।। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ରାମ କୁମାର ପାତ୍ର , ପ୍ରଭାତ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ଯଥା-ଶ୍ରୀରାମ ନଗର ଶାନ୍ତି ମାର୍ଗ ଡ୍ରେନ ସମସ୍ୟା, ପିଚିପିଚା ନଗର ନାଳ ସମସ୍ୟା,ଶ୍ରୀରାମ ନଗର ଶ୍ୱସାନର ଉନ୍ନତି, ଶ୍ରୀରାମ ନଗର , ହରିଡାଖଣ୍ଡି ବଡ ବନ୍ଦ ଓ ମାଣ୍ଡିଆ ବନ୍ଦର ସଫେଇ ତୁରନ୍ତ କରିବା , ୧ ନମ୍ବର ୱାର୍ଡରେ ଥିବା ଚନ୍ଦନ ପାହାଡ ବସ୍ତିରେ ବସବାସ କରୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଇବା, ଜାନିବିଲି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା , ବିଏମସିର ବର୍ଦ୍ଧିତ ଟିକସ ଦର ପ୍ରତ୍ୟାହାର କରିବା, ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର, ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ସମସ୍ତ ସରକାରୀ ସ୍କୁଲ ଗୁଡିକରେ ଶିକ୍ଷାର ଉନ୍ନତି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା, ପାଣିଗ୍ରାହୀ ପେଣ୍ଠ ସାହିରେ ସ୍ଟ୍ରିଟ୍ ଲାଇଟ ଲଗାଇବା ସହ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଗୁଡିକୁ ତୁରନ୍ତ ହଟାଇବା ନେଇ ଆଲୋଚନା କରାଯିବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ଲାଗୀ ଦାବି କରାଯାଇଥିଲା । ବୈଠକରେ ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ଗୋପାଳ, ନିରଞ୍ଜନ ପାଣିଗ୍ରାହୀ, ସୁରେଶ କୁମାର ସାହୁ, କିରଣ କୁମାର ସାହୁ, ମନରଞ୍ଜନ ମହାରଣା, ଚନ୍ଦନ ସାହୁ,ସନ୍ତୋଷୀ ସାହୁ, ସାଗର ମୁଖି, ସୁମନ ମୁଖି, ବ୍ରହ୍ମାନନ୍ଦ ସାହୁ, ଚିତ ପାଠୀ, ପଦ୍ମ ଚରଣ ନାୟକ, ଜେ.ମୂରଲୀ, ପିଂଟୁ ସାହୁ, ପ୍ରଫୁଲ୍ଲ ସାହୁ,ଲକ୍ଷ୍ମୀ ମହାରଣା, ରାକେଶ ସାବତ, ଅର୍ଜୁନ ପଣ୍ଡା, ବି.ଉମା ଶଙ୍କର, ନରସିଂହ ପାତ୍ର, ସୁରେନ୍ଦ୍ର ପଣ୍ଡା, ବାଳକୃଷ୍ଣ ସାମନ୍ତରା, ଶିବ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


