ଛାତ୍ରଛାତ୍ରୀ ମାନଙ୍କୁ ଜୀବନ ରକ୍ଷା ଓ ଅଗ୍ନି ନିର୍ବାପନ ତାଲିମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ପଲିଟେକନିକ୍‍ କଲେଜ ଫୁଲବାଣୀରେ ଜୀବନ ରକ୍ଷା ଓ ଅଗ୍ନି ନିର୍ବାପନ ତାଲିମ ପ୍ରଦାନ କରାଯାଇଛି। ଫୁଲବାଣୀ ଅଗ୍ନିଶମ ବିଭାଗ ପକ୍ଷରୁ କଲେଜର ଛାତ୍ରଛାତ୍ରୀ ମାନଙ୍କ ସମେତ କର୍ମଚାରୀ ମାନଙ୍କୁ ବିଭିନ୍ନ ବିପଦ ଆପଦ ବେଳେ ଜୀବନ ରକ୍ଷା ପାଇଁ ବିଭିନ୍ନ କୌଶଳ ସମେତ ଅଗ୍ନି ନିର୍ବାପନ ପାଇଁ ନାନା ପ୍ରକାରର କୌଶଳ ବାବଦରେ ତାଲିମ ପ୍ରଦାନ କରାଯାଇଛି। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ସାହୁଙ୍କ ସମେତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ମକଡ୍ରିଲ ମାଧ୍ୟମରେ ବିଭିନ୍ନ କୌଶଳର ପ୍ରଦର୍ଶନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ ଅଗ୍ନିନିର୍ବାପନ କୌଶଳ ସବୁକୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ମନୋଜ କୁମାର ସାହୁ ଏବଂ ସହକାରୀ ଅଗ୍ନିଶମ ଅଧିକାରୀ ଦିଲ୍ଲିପ କୁମାର ରାଉତ ଏବଂ ତାଙ୍କ ସହକର୍ମୀମାନେ ମିଳିତ ଭାବରେ ଏହି ପ୍ରଦର୍ଶନ କରିଥିଲେ। ଏହି କୌଶଳ ସବୁ ଯେ କୌଣସି ବିପଦ ବେଳେ ପିଲାଙ୍କ କାର୍ଯ୍ୟକ୍ଷେତ୍ରରେ କାମରେ ଆସିବ ବୋଲି ପଲିଟେକନିକ କଲେଜର ଅଧ୍ୟକ୍ଷ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ