ସ୍ୱଦେଶୀ ଜାଗରଣ ମଞ୍ଚର ଅନୁରୋଧ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ କାର୍ଯ୍ୟାଳୟଠାରେ ଆୟୋଜିତ ଜିଲ୍ଲା ବୈଠକରେ ସ୍ୱେଦେଶୀ ଜାଗରଣ ମଞ୍ଚ ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲା ଶାଖା ତରଫରୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଚାଇନା ବସ୍ତୁ ବର୍ଜନ କରିବା ସହ ସ୍ୱଦେଶୀ ବସ୍ତ ବ୍ୟବହାର କରିବା ନିମନ୍ତେ ଗଂଜାମ ବିଭାଗ ସଂଯୋଜକ ପ୍ରସନ୍ନ ଛୋଟରାୟ ମତ ବ୍ୟକ୍ତ କରିବା ସହ କାରୀଗର ମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ମାଟି ଦୀପ ,ବାଣ,ମହମବତୀ ଆଦି ବ୍ୟବହାର କରିବା ଦରକାର , ଏହା ଦ୍ୱାରା ସ୍ୱଦେଶୀ ଜିନିଷର ଚାହିଦା ବୃଦ୍ଧି ହେବା ସହ କାରିଗର ମାନେ ତାଙ୍କର ପରିବାର ପୋଷଣ କରିପାରିବେ । ଏହା ସହ ପ୍ଲାଷ୍ଟିକ ଆଦି ବ୍ୟବହାର୍ଯ୍ୟ ଜିନିଷ ଗୁଡିକ ବ୍ୟବହାର ନକରିବାକୁ ନିର୍ଦେଶ ଦେଇଛନ୍ତି ।ଜନ ସଂରକ୍ଷଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ସହ ଖାଦ୍ୟକୁ ନଫୋପାଡି ଆବଶ୍ୟକୀୟ ଅନୁଯାୟୀ ଖାଦ୍ୟ ଖାଇବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତିି ସ୍ୱେଦେଶୀ ଜାଗରଣ ମଞ୍ଚ । ଜିଲ୍ଲା ସଂଯୋଜକ ,ସହସଂଯୋଜକ ସନତ ପଣ୍ଡା ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇ ଅନୁରୋଧ କରିଥିଲେ ।