ଏସ.ବି.ଆଇ ଗଂଜାମ ଶାଖା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ସ୍ଥିତ ଏସ.ବି.ଆଇ ଗଂଜାମ ଶାଖା ତରଫରୁ ଶାଖା ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଓ ପେନସନ ଉପଭୋକ୍ତା ମାନଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଶାଖା ମୁଖ୍ୟ ପ୍ରବନ୍ଧ ମହେନ୍ଦ୍ର ବାଗାତି ଉଦଘାଟନ କରିଥିଲେ । ପେନସନ ଉପଭୋକ୍ତା ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ବିଭିନ୍ନ ସ୍କିମ ଉପରେ ଆଲୋକପାଟକରିଥିଲେ । ପରେ ମେଗା ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ କହିବା ସହ ଆସନ୍ତା ଦିନରେ ଏପରି ଶିବିର ମାନ ଆୟୋଜନ କରାଯିବ ବୋଲି କହିଥିଲେ । ସହ ପ୍ରବନ୍ଧକ ହରିହର ପଟନାୟକ ଙ୍କ ସଂଯୋଜନା ରେ ଏହି ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱର ଆମ୍ରି ହସ୍ପିଟାଲର ଡାକ୍ତର ସମ୍ବିତଦାଶ, ଓ ସଞ୍ଜିପ୍ତା ପତି ଙ୍କ ତତ୍ୱାବଧାନରେ ଏକ ଡାକ୍ତର ଟିମ ଶତାଧିକ ପେନସନ ଭୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।ଏଭଳି କାର୍ୟ୍ୟକ୍ରମ ପ୍ରଥମ ଥର ପାଇଁ ହୋଇଥିବାରୁ ବିଭିନ ମହଲରେ ପ୍ରଶଂସା କରାଯାଇଛି ।