ଯାନବାହନ ଚଳାଚଳ ନେଇ ଟ୍ରାଫିକ୍ କଟକଣା ଲାଗୁ
ବାଲେଶ୍ୱର (ସରୋଜ ପଣ୍ଡା): ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍ ଜାମ୍ ହ୍ରାସ କରିବା ପାଇଁ ବାଲେଶ୍ୱର ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରୀଯାନ ଚଳାଚଳ ନେଇ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି । ଆଇ.ଟି.ଆଇ. ଛକରୁ ଭାୟା ବାଲେଶ୍ୱର ବସ୍ଷ୍ଟାଣ୍ଡ, ଏଫ.ଏମ୍. ଗୋଲେଇ ଦେଇ ସୁରଜ ହୋଟେଲ ଛକ, ପୋଲିସ ଲାଇନ ଛକରୁ ଭାୟା ଏଫ.ଏମ୍. କଲେଜ ଦେଇ ହେମକାପଦା ଛକ, ଫକୀରମୋହନ ଗୋଲେଇରୁ ଭାୟା ଫାଣ୍ଡି ଛକ, ଚିଡିଆପୋଲ, ସଦର ମହକୁମା ଡାକ୍ତରଖାନା, ସିନେମା ଛକ ଏବଂ ମୋତିଗଞ୍ଜ ବଜାର ଦେଇ ଟାଉନ ଥାନା, ଷ୍ଟେସନ ଛକରୁ ଭାୟା ଏଡିଏମ ଛକ, ଜିଲ୍ଲା ସ୍କୁଲ ଦେଇ ପାଣି ଟାଙ୍କି ଛକ, ମିର୍ଜାପୋଖରୀ ଛକରୁ ଭାୟା ମାଣିଖମ୍ବ ଏବଂ ବାରବାଟୀ ଦେଇ ବୁଢା କାର୍ତିକ ଛକ, ମିର୍ଜାପୋଖରୀରୁ ଭାୟା ଟାଉନହଲ ଏବଂ ସିନେମା ଛକ ଦେଇ ବେବିଲୋନ ଛକ, ଟେକନିକାଲ ସ୍କୁଲ ଛକରୁ ଭାୟା ଏଡିଏମ ଛକ, ରାଜାବଗିଚା ଦେଇ ନାରୀସଂଘ,ଷ୍ଟେସନ ଛକରୁ ଭାୟା ନାରୀସଂଘ ଦେଇ ପଢୁଆଁପଦା ଛକ, ହରିପୁର ଛକରୁ ଭାୟା ଗଳାପୋଲ, ଦରଜୀପୋଖରୀ, ଚୂନଭାଟି ଦେଇ ମିର୍ଜାପୋଖରୀ ଛକ ପର୍ଯ୍ୟନ୍ତ ରାସ୍ତାଗୁଡିକରେ ସକାଳ ୮ଘଟିକା ୩୦ମିନିଟ୍ରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳରେ କଟକଣା ଲାଗୁ କରାଯାଇଛି । ହରିପୁର ପାଶ୍ୱର୍ରୁ ଆସୁଥିବା କେବଳ ଟ୍ରାକ୍ଟର, ମିନିଟ୍ରକ୍ ଗୁଡିକୁ ଆନନ୍ଦ ବଜାର, ମାଲଗୋଦାମ, ଭାସ୍କରଗଞ୍ଜ ଛକ, ତେଲେଙ୍ଗା ସାହି ଛକ, ପୋଲିସ ଲାଇନ ଛକ ଦେଇ ଆଇ.ଟି.ଆଇ.ଛକ ଆଡକୁ ଯିବା ଓ ସେହି ସମାନ ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯିବ । ସେହିପରି ଚାନ୍ଦିପୁର ଅଂଚଳରେ ସମୁଦ୍ର ବେଳାଭୂମିରେ ଗାଡି ଚାଳନା ଯୋଗୁଁ ଘଟୁଥିବା ଅଘଟଣକୁ କମାଇବା ପାଇଁ ସୋନପୁର ଛକରୁ ଆରମ୍ଭ କରି ଚାନ୍ଦିପୁର ପାନ୍ଥନିବାସ ପର୍ଯ୍ୟନ୍ତ ଯାନ ଚାଳନା ନିଷେଧ ଥିବା ଅଂଚଳରେ ସମସ୍ତ ପ୍ରକାର ଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଫାଣ୍ଡିଛକ(ସହଦେବଖୁଂଟା ଥାନା)ରୁ ଆରମ୍ଭ କରି ଚିଡିଆପୋଲ ପର୍ଯ୍ୟନ୍ତ ମୁଖ୍ୟ ପରିବହନ ରାସ୍ତାରେ ଅବାଧ ଗାଡି ଚଳାଚଳ ପାଇଁ ଦୁଇ ଚକିଆ ଯାନ ବ୍ୟତୀତ ସମସ୍ତ ପ୍ରକାର ଯାନର ବେଆଇନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି । ଏ ସମସ୍ତ ଯାନ ମିଶନ ପଡିଆରେ ପାର୍କିଂ କରିବାକୁ କୁହାଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଦ୍ୱାରା ଅନୁମୋଦିତ ଆଦେଶନାମା ଅନୁଯାୟୀ ୪.୮.୨୦୨୧ରିଖରୁ ୨.୯.୨୦୨୧ରିଖ ପର୍ଯ୍ୟନ୍ତ ୩୦ଦିନ ପାଇଁ ଏହି ସମସ୍ତ କଟକଣା ବୈଧ ରହିବ ।