କେନ୍ଦ୍ରାପଡା ପୈାରସଂସ୍ଥାରେ ଅନିୟମିତତା ଓ ଦୁର୍ନୀତି ପ୍ରତିବାଦରେ ନଗର ବିଜେପିର ଗଣଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଓଡିଶାର ସର୍ବପୁରାତନ ପୈାରସଂସ୍ଥା କେନ୍ଦ୍ରାପଡାରେ ବିକାଶରେ ବାଧା,ନାନା ସମସ୍ୟା, ଅନିୟମିତତା ଓ ଦୁର୍ନୀତି ପ୍ରତିବାଦରେ ନଗର ବିଜେପି ପକ୍ଷରୁ ପୈାରସଂସ୍ଥା ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରାଯାଇଛି । ନଗର ସଭାପତି ଦିଲ୍ଲିପ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା, ସୁନାକର ବେହେରା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦୁର୍ଯ୍ୟୋଧନ ସାହୁ, ଜିଲ୍ଲା ଉପସଭାପତି ଉପୀନ ରାଉତ, ଗଗନବିହାରୀ ସାହୁ, ଡଃ. କଳ୍ପନା ମଲ୍ଲିକ, ନେହେରୁ ସାହୁ, ଶଶାଙ୍କ ଶେଖର ସେଠୀ, ଅଭିମନ୍ୟୁ ଗୋଛାୟତ, ମନୀନ୍ଦ୍ର ରାଉତ, ଭୂବନ ସିଂ, ବିନ୍ଦୁସାଗର ଦାସ, ପ୍ରିୟଦର୍ଶିନୀ ନନ୍ଦ, ରଞ୍ଜିତ ଆଚାର୍ଯ୍ୟ, ନୃସିଂହ ପତ୍ରୀ, ପବିତ୍ର ପରିଡା, ବିଭୁତି ଭୂଷଣ କର, ମୁକ୍ତିକାନ୍ତ ସ୍ୱାଇଁ, ଅମିତାଭ ସୁଆର, ମହମ୍ମଦ ସଲିମ ଖାଁ, ସୁଧୀର ପରିଡା, କାନନବାଳା ଦାସ, ରାଜେନ୍ଦ୍ର ପତି, ସୁବାଷ ସାହୁ, ପଦ୍ମଲୋଚନ ମହାପାତ୍ର, ସିଦ୍ଧାର୍ଥ ସିଂ, ଦେବେନ୍ଦ୍ର ଜେନା, ଜୟୀରାମ ବେହେରା, ଗୋପବନ୍ଧୁ ମହାପାତ୍ର, ପ୍ରଦୀପ ନାୟକ, ଚିତ୍ତରଞ୍ଜନ କର, ନିହାରିକା ନାୟକ, ସସ୍ମିତା ସାହୁ ପ୍ରମୁଖ ଯୋଗଦେଇ ପୈାରସଂସ୍ଥାର ଦୁର୍ନୀତି ସମ୍ପର୍କରେ ବିଷୋଦଗାର କରିଥିଲେ । ପୈାରସଂସ୍ଥାର ପରିମଳ, ପାନୀୟଜଳ, ସଡକ, ଆଲୋକ ବ୍ୟବସ୍ଥା ନିୟମିତ ଓ ବ୍ୟବସ୍ଥିତ କରିବା, ବର୍ଷାଜଳ ନିଷ୍କାସନ ପାଇଁ ଦୁହୁରିଆ ଠାରୁ ସହର ମଧ୍ୟଦେଇ ଅଙ୍ଗୁଳେଇ ପର୍ଯ୍ୟନ୍ତ ଯାଇଥିବା ମଧୁସାଗରର ପୁନରୁଦ୍ଧାର କରାଯିବା, କେନ୍ଦ୍ରାପଡା କେନାଲକୁ ଆବର୍ଜ୍ଜନାମୁକ୍ତ କରାଯିବା, ପୈାର କାର୍ଯ୍ୟାଳୟରେ ଥିବା ଦୁର୍ନୀତିଖୋର କର୍ମଚାରୀଙ୍କ ବଦଳି, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପ୍ରଭୃତି ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳ ତଥା ପୈାର ପ୍ରଶାସକଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମି ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ