ବିଜେପି ପକ୍ଷରୁ ନିମାପଡା ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଘେରାଉ

ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ର ନିମାପଡା -କାକଟପୁର ଓ କାକଟପୁର -କୋଣାର୍କ ମୁଖ୍ୟ ରାସ୍ତା ର ନିମ୍ନମାନର କାର୍ଯ୍ୟ ଓ ଦୁର୍ନୀତିର ଘୋଟଲା କୁ ବିରୋଧ କରି ବିଜେପି ରାଜ୍ୟ ଉପସଭନେତ୍ରୀ ତଥା ନିମାପଡା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାଥୀନୀ ପ୍ରଭାତୀ ପରିଡା ଙ୍କ ନିର୍ଦେଶକ୍ରମେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ଆଲୋକ ବେହେରାଙ୍କ ନେତୃତ୍ୱ ରେ ନିମାପଡା -କାକଟପୁର ବିଜେପି ଯୁବମୋର୍ଚ୍ଚା ଦ୍ୱରା ନିମାପଡା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ କୁ ଆଜି ଘେରାଉ କରା ଯାଇଥିଲା l କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାଥୀ ରଵିମିଲ୍ଲିକ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ଉପସଭାପତି ଦିଲ୍ଲୀପ ପ୍ରଧାନ, ସମ୍ପାଦକ ରାକେଶ ବିଶ୍ୱାଳ,ସାଧାରଣ ସମ୍ପାଦକ ସୁଶାନ୍ତ ସ୍ୱାଇଁ, ଗୋପ ମଣ୍ଡଳ ସଭାପତି ଶିବ ସ୍ୱାଇଁ, ରାକେଶ ସେନାପତି ଙ୍କ ସହିତ ସମସ୍ତ ମଣ୍ଡଳ ସାଧାରଣ ସମ୍ପାଦକ ଓ ଶତାଧିକ ଯୁବମୋର୍ଚ୍ଚl କାର୍ଯ୍ୟକର୍ତା ଏହି ଘେରାଉ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ପ୍ରଥମେ ବିଜେପି ନେତା ଓ କର୍ମୀ ମାନେ ଏକ ଶୋଭାଯାତ୍ରା ରେ ବଜ଼ାର ପରିକ୍ରମା କରି ଶେଷରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଠାରେ ପହଂଚି କାର୍ଯ୍ୟାଳୟ କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ l ସୁରକ୍ଷାଦୃଷ୍ଟି ରୁ ନିମାପଡା ପୋଲିସ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଫାଟକ କୁ ବନ୍ଦ କରିଦେଇଥିଲେ l ବିଜେପି କର୍ମୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ବାଧ୍ୟ ହୋଇ ଧାରଣା ଦେଇ ବିଜେଡି ସରକାର ଓ ସ୍ଥାନୀୟ ମନ୍ତ୍ରୀ ଙ୍କ ବିରୋଧ ରେ ସ୍ଲୋଗାନ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ