ଓଡିଶା ରାଜ୍ୟ ଖାଦ୍ୟ ନିଗମର ଜିଏମଙ୍କ ଚାଷି ପଞ୍ଜୀକରଣ ନେଇ ସମୀକ୍ଷା

ଛତ୍ରପୁର (ଦେବଦତ୍ତ ମହାରଣା): ଓଡିଶା ରାଜ୍ୟ ଖାଦ୍ୟ ନିଗମର ଜିଏମ (ପିଡିଏସ) ସୁଧାକର ଶବର ଗୁରୁବାର ଗଞ୍ଜାମ ଗସ୍ତରେ ଆସି ଚାଷି ପଞ୍ଜୀକରଣ ସହ ଓ ବିଭିନ୍ନ କାର୍ଯ୍ୟ କ୍ରମ ର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗତ ଜୁଲାଇ ୧୫ ତାରିଖ ଠାରୁ ଅଗଷ୍ଟ ମାସ ୧୬ ତାରିଖ ମଧ୍ୟରେ ଚାଷିଙ୍କ ପଞ୍ଜୀକରଣ ହୋଇପାରିବ । ଏଥିରୁ ଯେମିତି କୌଣସି ଚାଷି ବାଦ ନ ପଡିବେ ସେଥି ନିମନ୍ତେ ଦୃଷ୍ଟି ଦେବା ପାଇଁ ଓଡିଶା ରାଜ୍ୟ ଖାଦ୍ୟ ନିଗମର ଜିଏମ ଶ୍ରୀ ଶବର ଗୁରୁତ୍ୱାରୋପ କରିଥିଲେ । ଚାଷି ମାନଙ୍କ ସୁବିଧା ନିମନ୍ତେ ଏବଂ ସେମାନଙ୍କ ଉପାର୍ଜିତ ଧାନ ସୁଚାରୁ ରୁପେ ବିକ୍ରି ନିମନ୍ତେ ଚାଷି ପଞ୍ଜୀକରଣ ଓ କ୍ଷେତ୍ର ପରିଦର୍ଶନ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବା ପାଇଁ ଶ୍ରୀ ଶବର ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷି ମାନଙ୍କ ଆବେଦନ ପତ୍ର କିପରି ସୁଚାରୁ ରୁପେ ଅନଲାଇନ ମାଧ୍ୟମରେ ପହଂଚିବ ସେଥି ନିମନ୍ତେ ସମସ୍ତ ଯୋଗାଣ ବିଭାଗ କ୍ଷେତ୍ର କର୍ମଚାରୀ ତତ୍ପର ହେବା ଆବଶ୍ୟକ ବୋଲି ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠୀଙ୍କ ସମେତ ସମବାୟ ଓ ଯୋଗାଣ ବିଭାଗର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଧାନ ବିକ୍ରି କରିବା ନିମନ୍ତେ ୧୩୯୬୪୮ ଜଣ ଚାଷି ନାମ ପଞ୍ଜୀକରଣ କରିଥିବା ବେଳେ ଚଳିତ ବର୍ଷ ଗୁରୁବାର ସୁଦ୍ଧା ଜିଲ୍ଲାରେ ୪୩୬୫୯ ଜଣ ଚାଷି (୩୧.୨୬ %) ପଞ୍ଜୀକରଣ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ