ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅସହାୟଙ୍କୁ ସହଯୋଗ
ବୁଗୁଡା, (ଅନିଲ କୁମାର ମହାରଣା):ନିଜ ଗ୍ରାମ ଛାଡି ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଦୀର୍ଘ ବର୍ଷ ଧରି ରହୁଥିବା ଜି.କାମରାଜୁ ପାତ୍ରଙ୍କୁ ଗ୍ରାମ ଲୋକେ ଖାଇବାକୁ ଦେଉଥିଲେ। ସ୍ୱାସ୍ଥ୍ୟ ଖରାପ ହେବାଯୋଗୁଁ ପ୍ରାୟ ଦୁଇମାସରୁ ଉର୍ଦ୍ଧ୍ବ ସମୟ ହେଲା ବୁଗୁଡା ମେଡିକାଲରେ କାମରାଜୁ ଚିକିତ୍ସା ହେଉଥିଲେ। ସେ ଭଲଭାବେ ଚାଲିପାରୁ ନଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଜୁ ଛାତ୍ର ଓ ଯୁବ ଜନତା କର୍ମୀ ବୃନ୍ଦ ସେବା ଯୋଗାଇ ଆସୁଥିଲେ। ହେଲେ ଶେଷରେ କାମରାଜୁଙ୍କ ଠିକଣା ମିଳିବା ସହ ବିଜୁ ଛାତ୍ର ଜନତା ଦଳ ସହଯୋଗରେ ଗାଡିକରି ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଜି.କାମରାଜୁ ପାତ୍ରଙ୍କ ନିଜ ଗ୍ରାମ ହେଉଛି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ପଞ୍ଚାୟତ ର ଖଇରପଙ୍କ ଗ୍ରାମ। ଗ୍ରାମରୁ ବହୁବର୍ଷ ହେଲା ଚାଲିଆସିବା ଯୋଗୁଁ ଗ୍ରାମାଲୋକେ କାମରାଜୁଙ୍କ ମୃତ୍ୟୁ ହୋଇଯାଇଥିବା ଭାବିନେଇଥିଲେ। ମାତ୍ର ଖବର ପାଇ କାମରାଜୁଙ୍କ ଧର୍ମପତ୍ନୀ ଜି.ଲିଲି ପାତ୍ର ବୁଗୁଡାକୁ ନିଜ ସ୍ୱାମୀଙ୍କ ଆଧାର କାର୍ଡ ସହ ଗ୍ରାମର ଭଦ୍ରବ୍ୟକ୍ତିଙ୍କୁ ନେଇ ଆସିବା ପରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ପରାମର୍ଶ କ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା ଉପସଭାପତି ହରପ୍ରସାଦ ମହାପାତ୍ର, ଓ ସାଧାରଣ ସମ୍ପାଦକ ସାହିଲ ପ୍ରଧାନ,ଏବଂ ବୁଗୁଡା ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ବଳରାମ ନାୟକ, ଡିଜିଟାଲ ସମ୍ପାଦକ ସୁନୀଲ କୁମାର ଦାଶ, ଓ ଏନଏସି ବିଜୁ ଛାତ୍ର ଜନତା ସଭାପତି ଦୀପକ କୁମାର ମିଶ୍ର ସେମାନଙ୍କୁ ସହଯୋଗ କରି ଗାଡି ସୁବିଧା କରି ନିଜ ଗ୍ରାମ ଖଇରପଙ୍କ ପଠାଇଥିଲେ। ଯାହା ଫଳରେ କାମରାଜୁ ବୁଗୁଡା ମେଡିକାଲରେ ଚିକିତ୍ସା ପାଇଁ ରହି ଯେପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ସେଥିରୁ ମୁକ୍ତି ପାଇବା ସହ ବିଜୁ ଛାତ୍ର ଜନତା ଦଳର ଏହି ସେବା କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି।


