“ଜୀବିକା ଦେଉଛି ଜିଇଁବାର ରାହା”
ଭବାନୀପାଟଣା,(ରଜନୀକାନ୍ତ ମିଶ୍ର): ଜୀବିକା ଦେଇଛି ଜିଇବାର ରାହା,ରୋକିପାରୁନି ସାନିଧ୍ୟ ବୟସ । ଯିଏ ଅହରହ ନିଜ ଦୁଃଖ ଭୁଲି ସଦା ସନ୍ତାନ ମୁହଁରେ ଆହାର ଯୋଗାଇବାରେ ଵ୍ୟସ୍ତ, ସେ ହିଁ ତ ମାଆ। ନିଜ ସନ୍ତାନ ମୁହଁରେ ଟିକେ ହସ ଫୁଟାଇବାକୁ ଯାଇ ଦେହ ଝାଳ ତୁଣ୍ଡରେ ମାରେ, ସେ ହିଁ ତ ମାଆ । ଏଭଳି ଏକ ମମତା , ସ୍ନେହି ଆଦରିଣୀୟ ମାଆଙ୍କ ଜୀବିକାକୁ ନେଇ ବଞ୍ଚିବା ପ୍ରୟାସ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ବେହେରାଗୁଡା ଓ ବେଳଗାଁ ରେ।ବେହେରାଗୁଡାର ଲୋଚନୀ, ବୟସ ୭୦ବର୍ଷ । ଏହି ବୟସରେ ବି ହାର ମାନି ନାହାନ୍ତି। ନିଜକୁ ସ୍ୱାଭିମାନ ଭାବେ ବଂଚିରହିବାକୁ ସଂଘର୍ଷ ଜାରି ରଖିଛନ୍ତି । ନିଜ ବଢ଼ିଲା ଝିଅର ପ୍ରତିପୋଷଣ ଦାୟିତ୍ୱ ନିଜ କାନ୍ଧରେ। ସେଥିପାଇଁ ତ ମୁଢି ପସରା ନିଜ ମୁଣ୍ଡରେ ବୋହି ଏ ପଡାରୁ ସେ ପଡା ବୁଲିବୁଲି ବିକ୍ରି କରେ । ଏହି ମୁଢି ବିକ୍ରିରେ ଯାହା ମିଳେ ସେଥିରୁ ଝିଅର ମୁହଁରେ ଆହାର ପଡେ । ନିଜ ସ୍ୱାମୀ ଆରପାରିକୁ ଯିବା ପରେ ଦି ପୁଅ ଝିଅଙ୍କ ପ୍ରତିପୋଷଣ ଦାୟିତ୍ୱ ନିଜ ଭାରକୁ ନେଇଛି । ଏକ ଝାଟିମାଟି ଦଦରା କୁଡ଼ିଆରେ କାଳ କାଟୁଛି ।ଏହିପରି ଟିପିଗୁଡା ପଂଚାୟତ ବେଳ ଗାଁ ର ରେବତୀ, ବୟସ ୬୫ବର୍ଷ।ନିଜ ସନ୍ତାନ ସନ୍ତତି କୁ ପ୍ରତିପାଦନ ଲାଗି କୁଲା ମରାମତି ବୃତ୍ତିକୁ ଆପଣେଇଛି । ଏହି କାମରେ ନିୟୋଜିତ ହୋଇ ଦ୍ଵି ପିଲାଙ୍କ ପ୍ରତିପୋଷଣ କରୁଛୁ । ସକାଳ ପାଇଲେ ଏ ଗାଁ ରୁ ସେ ଗାଁ ଯାଇ ଲୋକଙ୍କ କୁଲା ସଜାଡିବାରେ ଲାଗଥାଆନ୍ତି । ଏହିକାମ ପାଇଁ ମିଳେ କାହାଠୁ ଚାଉଳ ଗଣ୍ଡେ,ତ ,କିଏ ଦିଏ ମୁଠେ ଚଣା, ମୁଗ ,ଡାଲି ଭଳି ପଦାର୍ଥ । ଏଥିରୁ ହିଁ ଘର ଚଳେ। ତେବେ ଏହି ମାନଙ୍କୁ ଦେଖିଲେ ହିଁ ବାସ୍ତବତା ମାଆର ଅର୍ଥ ପରିପୃଷ୍ଠା ଜଳଜଳ ଦେଖାଯାଏ । ଅପରାହ୍ଣ ବୟସକୁ ହାର ନ ମାନି ଆହାର ଖଣ୍ଡେ ଜଗାଡ଼ କରି ନିଜ ସନ୍ତାନ ତୁଣ୍ଡରେ ଦ୍ଵିମୁଠା ଖାଇବା କୁ ଦେଉଛନ୍ତି । ସେହି ମହାନ ମମତାମୟୀ ମାଆଙ୍କୁ ଶହ ଶହ ପ୍ରଣିପାତ ।


