ପୈାରପାଳିକା ଦ୍ୱାରା ପ୍ରସ୍ତୁତ ଜୈବୀକ ଖତ ଉଦ୍ୟାନକୃଷି ବିଭାଗକୁ ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୈାରପାଳିକା ପକ୍ଷରୁ ପ୍ରସ୍ତୁତ ଜୈବୀକ ଖତ କୃଷି କାର୍ଯ୍ୟରେ ବିନିଯୋଗ ନିମନ୍ତେ ଉଦ୍ୟାନକୃଷି ବିଭାଗକୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ପୈାରପାଳିକା ପକ୍ଷରୁ ଜୟଶ୍ରୀରାମ ସ୍ୱୟଂ ସହାୟିକା ଗୋଷ୍ଠି ମାଧ୍ୟମରେ ସ୍ଥାନୀୟ ହଜାରି ବଗିଚାସ୍ଥିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମସିସି)ରୁ ବାହାରିଥିବା ଜୈବୀକ “ମୋଖତ”କୁ କେନ୍ଦ୍ରାପଡା ଉଦ୍ୟାନକୃଷି ବିଭାଗକୁ ରାଜକନିକା ବ୍ଲକର କୃଷି କାର୍ଯ୍ୟରେ ବିନିଯୋଗ ନିମନ୍ତେ ଯୋଗାଇ ଦିଆଯାଇଥିବା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏହି ଖତର ବ୍ୟାପକ ପ୍ରସ୍ତୁତି କରାଯାଇ ସମସ୍ତ ଜନସାଧାରଣ, ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ କହିଛନ୍ତି ।


