ତିରିଂ ବ୍କକ ବିଜେଡି ତରଫରୁ ୧୧୦ ୟୂନିଟ୍ ରକ୍ତ ସଂଗ୍ରହ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ):କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଖାଦେଇଛି ।ଯାହାଫଳରେ ରକ୍ତ ପାଇଁ ଡହଳ ବିକଳ ଓ ଜୀବନ ବଂଚାଇଵା ପାଇଂ ସଂଘର୍ଷ କରୁଛି ରକ୍ତ ପିଡିତ ରୋଗୀଟିଏ ।ଏହାକୁ ଜାଣି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରକ୍ତ ବିନ୍ଦୁଏ ପାଇଁ କାହାରିକୁ ମରିବାକୁ ଦିଆଯିବ ନାହିଁ ।ସମସ୍ତ ବିଜୁକର୍ମି ରକ୍ତ ଅଭାବରେ ଛଟପଟ ହେଉଥିବା ରୋଗୀକୁ ରକ୍ତ ଦେଇ ସେମାନଙ୍କର ଅମୂଲ୍ୟ ବଂଚାଇବାକୁ ଚେଷ୍ଟାକର ସେହି ନିର୍ଦେଶକୁ ମାନି ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଲକର ବିଜେଡି ତରଫରୁ ତିରିଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ସଂଗ୍ରହ ଆୟୋଜନ କରାଯାଇଥିଲା ।ଏଠାରେ ୧୧୦ ୟୂନିଟ୍ ରକ୍ତ ସଂଗ୍ରହ ଅରାଯାଇଥିଲା ।ଏଥିରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ଜାମଦା ବ୍କ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି,,ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ବଳଦେବ ହେମ୍ବ୍ରମ,ଦୀପକ ମିଶ୍ର,ମୁନା ଖାନ,ଅନେଜ ଗୁପ୍ତା,ପ୍ରତିଭା ମହାନ୍ତ,ତୁଶୀଳ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ତିରିଂବିଜେଡିର ଏଭଳି ସାମାଜିକ କାର୍ୟ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


