ଫୋକସରେ ପଞ୍ଚାୟତ ନିର୍ବାଚନ: ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବ୍ଲକ କମିଟି ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ଏବେ ତାର ରଣନୀତି ପ୍ରସ୍ତୁତି କରୁଛି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାଂସଦ ଠାରୁ ବିଧାୟକ ଓ ନେତା ଠାରୁ କର୍ମୀ ଯାଏଁ ଏବେ ନିର୍ବାଚନ ରଣନୀତିରେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବ୍ଲକ କମିଟି ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଯୋଗଦେଇ ସାଂଗଠନିକ ବାବଦରେ ପ୍ରାକ ସୂଚନା ଦେଇଥିଲେ । ଏହାସହିତ ଦଳକୁ ଆହୁରି ସଦୃଢ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ତାରିଖ ସୁଦ୍ଧା ଜୋନାଲ କମିଟି ସହିତ ପଞ୍ଚାୟତ କମିଟି ଗଠନ କରିବାକୁ ପର୍ଯ୍ୟବେକ୍ଷକ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଶେଷକରି ମହିଳା, ଯୁବ ଓ ଛାତ୍ରଗୋଷ୍ଠୀ ମାନଙ୍କୁ ସୁସଂଗଠିତ କରି କାର୍ଯ୍ୟ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ସେହିଭଳି ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଇଂ ପ୍ରୟାସକାନ୍ତି ସାମଲ ଏଥିରେ ଯୋଗଦେଇ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତୃଣମୂଳ ସ୍ତରରୁ ସମସ୍ତେ ଏକଜୁଟ ହୋଇ କାମ କରିବା ସହ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ଟାଣ କରିବାକୁ ଶ୍ରୀସାମଲ ଏହି ଅବସରରେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବନ୍ତ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ସଭାପତି କମଳାକାନ୍ତ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ପ୍ରଶାନ୍ତ କୁମାର ଦାସ ବରିଷ୍ଠ ବିଜେଡି ନେତା ସୁଧାଂଶୁ ନାୟକ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିଭଳି ବିଜେଡି ନେତା ଜଗନ୍ନାଥ ଭାରତୀ, ବିରେନ୍ଦ୍ର ନାୟକ, ବ୍ଲକ ବିଜେଡି ସଭାପତି ଲଳିତ କୁମାର ରାଉତ, ଯୁବନେତା ଉତ୍କଳ କେଶରୀ ମହାନ୍ତି, ସତ୍ୟସାଧନ ବେଜ, ସୁରେନ୍ଦ୍ର ପାଲ, ସତ୍ୟାନନ୍ଦ ମହାପାତ୍ର, ନାରୀନେତ୍ରୀ ରଶ୍ମିତା ପାଢୀ ପ୍ରମୁଖ ଦଳୀୟ ସଂଗଠନ ସମ୍ପର୍କରେ ମତ ଦେଇଥିଲେ । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ବୈଠକକୁ ସଂଯୋଜନା କରିଥିବାବେଳେ ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୪୮ଗୋଟି ପଞ୍ଚାୟତର ନେତୃତ୍ୱ ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଅମୂଲ୍ୟ ନାୟକ, ପର୍ଶୁରାମ ପଣ୍ଡା, ଆକାଶ ନାୟକ, ବାପି ରାଉତ, ତୁଷାର ମିଶ୍ର, ରାଜେଶ ବାରିକ, ପ୍ରତ୍ୟୁଷ ସାମଲ, ପ୍ରିତଷ ରଞ୍ଜନ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।