ଅଜଣା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…!

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଶଙ୍କରା ଖୋଲ ନିକଟସ୍ଥ ପାନାବାଡି ଘାଟି ଜଙ୍ଗଲରୁ ଏକ ଗଳିତ ଝୁଲନ୍ତା ଅବସ୍ଥାରେ ଥିବା ଜଣେ ଅଚିହ୍ନା ମହିଳାର ଶବକୁ ଟିକାବାଲି ପୋଲିସ ଜବତ କରିଛି । ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ସେହି ସ୍ଥାନରୁ ଏକ ଅଜଣା ଗାଡି ଜବତ କରାଯାଇ ଟିକାବାଲି ଥାନା ଅଧୀନ ରେ ଥିବା ଲାଇନପଡ଼ା ଫାଣ୍ଡିରେ ରଖାଯାଇଥିବାବେଳେ ଆଜି ଶବ ଜବତ ଏକ ବଡ଼ଧରଣର ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ ଉପୁଜିଛି । ଏ ନେଇ ଟିକାବାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁର ପ୍ରକୃତ ରହସ୍ୟ ବିଷୟରେ ଏସ.ଆଇ ଅନିଲ କୁମାର ଦେବତା ତଦନ୍ତ କରୁଥିବା ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ