ପାରଳାଖେମୁଣ୍ଡିରୁ ଭୁବନେଶ୍ୱର ଟ୍ରେନ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ୱର ତଥା ରାଜ୍ୟ ରାଜଧାନୀକୁ ଯାତାୟତ କରିବାପାଇଁ ନୂତନ ରେଳ ଚଳାଚଳ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରି ଅଶ୍ୱିନୀ ବୈଷ୍ଣବଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଚିଠି ଲେଖିଥିବାର ଜଣାଯାଇଛିା ପାରଳାଖେମୁଣ୍ଡି ଠାରୁ ଭୁବନେଶ୍ୱର ଯାତାୟତ କରିବାପାଇଁ ବହୁ ଅସୁବିଧା ରହିଥିବା ବେଳେ ରାଜ୍ୟର ରାଜଧାନୀକୁ ବିଭିନ୍ନ କାର୍ଯ୍ୟ ତଥା ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା ଏବଂ ବିଭିନ୍ନ ମୁଖ୍ୟାଳୟକୁ ଏଠାରୁ ଯିବାପାଇଁ ନାନାଦି ଅସୁବିଧା ହେଉଛି । ତେଣୁ ୦୮୪୩୪-ପଲାସା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ପାରଳାଖେମୁଣ୍ଡିକୁ ସଂପ୍ରସାରଣ କରାଗଲେ ଅଞ୍ଚବାସୀ ବହୁ ଉପକୃତ ହୋଇପାରିଥାନ୍ତେ ବୋଲି ଜଣାଇଛନ୍ତି । ଉକ୍ତ ୦୮୪୩୩ ଓ ୦୮୪୩୪ ଯୋଡା ଟ୍ରେନ ପଲାସା-ଭୁବନେଶ୍ୱର ଟ୍ରେନ ଭୁବନେଶ୍ୱର ଠାରୁ ସନ୍ଧ୍ୟା୬.୩୫ ସମୟରେ ଛାଡି ପଲାସାରେ ରାତ୍ର ୧୦.୪୦ରେ ପହଞ୍ଚୁଛି ଏବଂ ସେଠାରେ ରାତ୍ର ରହଣି ପରେ ସେହି ଟ୍ରେନଟି ପୁଣି ତାପରଦିନ ସକାଳ ୬ଘଣ୍ଟାରେ ପଲାସାରୁ ବାହାରି ଭୁବନେଶ୍ୱର ସକାଳ ୯.୪୫ ମିନିଟରେ ପହଞ୍ଚୁଛି । ତେଣୁ ଉକ୍ତ ଟ୍ରେନକୁ ପାରଳାଖେମୁଣ୍ଡିକୁ ସଂପ୍ରସାରଣ କଲେ ଲୋକେ ବହୁ ସୁବିଧା ସହକାରେ ଭୁବନେଶ୍ୱର ଯାତାୟତ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନା କରି ପୁଣି ଫେରିପାରିବେ ବୋଲି ଉଲ୍ଲେଖ କରିଛନ୍ତି । ଏଥିପ୍ରତି ତୁରନ୍ତ କାର୍ଯ୍ୟକାରୀ କରିଲେ ପାରଳାବାସୀଙ୍କ ସମେତ ଅଞ୍ଚଳବାସୀ ବହୁ ଉପକୃତ ହୋଇପାରିବେ ବୋଲି ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ