ଗଜପତିରେ ନୂତନ ଏମ୍‌ଭିଆଇଙ୍କ ଯୋଗଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନୂତନ ଯାନବାହାନ ନିରୀକ୍ଷକ ଭାବେ ଶାନ୍ତନୁ କୁମାର ପରିଡା ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଏହି ପଦବୀରେ ଥିବା ବସନ୍ତ କୁମାର ମହାପାତ୍ରଙ୍କ ଦୁଇମାସ ପୂର୍ବେ ଏଠାରୁ ବଦଳି ହୋଇଯାଇଥିଲା । ସେହି ସମୟ ଠାରୁ ଏହି ପଦବୀ ଖାଲି ପଡିଥିଲା । ବର୍ତ୍ତମାନ ଶାନ୍ତନୁ କୁମାର ପରିଡା ଯୋଗ ଦେଇଛନ୍ତି । ନୂତନ ଭାବେ ଯୋଗ ଦେବା ପରେ ଏମ୍‌ଭିଆଇ ଶ୍ରୀ ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜିଲ୍ଲାରେ ଟ୍ରାଫିକ ନିୟମ ଓ ଡ୍ରାଇଭିଂ ଲାଇସେନ୍ସ ଆଦି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ସହ ସଡକ ସୁରକ୍ଷା ନିମନ୍ତେ ଲୋକଙ୍କୁ ଅଧିକା ସଚେତନା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ