ମାନବସେବା ସଙ୍ଗଠନ ପକ୍ଷରୁ ଚାରା ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକସ୍ଥିତ ମାନବସେବା ସଙ୍ଗଠନ ପରିବାର ପକ୍ଷରୁ ସାବରଙ୍ଗ ଠାରେ ୩୫୦ ଚାରା ବଣ୍ଟନ କରାଯାଇଛି । ସାବରଙ୍ଗ ଥାନାର ଭାରପ୍ରାପ୍ତ ଥାନାଧିକାରୀ ମନୋରମା ବାରିକ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ପୋଗଡ କନ୍ୟା ଆଶ୍ରମରେ ପିଲା ମାନଙ୍କୁ ମାସିକ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଥିରେ ସଙ୍ଗଠନର ସଭାପତି ସମ୍ବିତ କୁମାର ଜେନା, ଯୁଗ୍ମ ସଂପାଦକ କୀର୍ତ୍ତିକୃଷ୍ଣ ପାଳ, ଉପଦେଷ୍ଟା ହରେକୃଷ୍ଣ ସାହୁ, ବିଜୟ ବେହେରା, ସୋସିଆଲ ମିଡିଆ ସଂଯୋଜକ ଦେବବ୍ରତ ମହାଳିକ, ପ୍ରତିଷ୍ଠାତା ସଭ୍ୟ ରାଇବଲ୍ଲଭ ଶଂଖୁଆ, ସଦସ୍ୟ ନରେଶ ପାଳ, ନିଳମାଧବ ଖୁଣ୍ଟିଆ, ଦେବାନନ୍ଦ ବେହେରା, ସତ୍ୟସୁନ୍ଦର ପଲାଇ, ପ୍ରଶାନ୍ତ ପଲାଇ, ଦୀପକ ଜେନା, ଜିତେନ୍ଦ୍ରନାଥ ସାହୁ, ପ୍ରଦୀପ ସାହୁ, ହରେକୃଷ୍ଣ ସାହୁ, କିଶୋର ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।


