ଡେଙ୍ଗାଡି ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟ ମ୍ୟାଟ୍ରିକ ଟପ୍ପର ଛାତ୍ରଙ୍କୁ ସମ୍ବର୍ଦ୍ଧନା
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମପଞ୍ଚାୟତ ରେ ଅବସ୍ଥିତ ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ୭୫ତମ ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ କୁମାର ଜେନା ମୁଖ୍ୟ ଅତିଥି ଭାବେଯୋଗ ଦେଇ ପତକା ଉତ୍ତୋଳନ କିରିଥିଲେ। ୨୦୨୧ଶିକ୍ଷା ବର୍ଷ ହାଇସ୍କୁଲ ସାର୍ଟଫିକେଟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ସାନଖେମୁଣ୍ଡି ବ୍ଲକ ରେ ଟପ୍ପର ହୋଇଥିବା ଗଣପତି ସେଠୀ ଙ୍କୁ ମୁଖ୍ୟଅତିଥି ତଥା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମାନପତ୍ର ସହ ଟ ୫୦୦୦ (ପାଂଚହଜାର ଟଙ୍କା )ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ନିଷ୍ଠାପର ଭାବେ ଶିକ୍ଷା ଦାନ କରି ବିଦ୍ୟାଳୟ ର ସଂମ୍ମାନ ରକ୍ଷା କରିଥିବା ଯୋଗୁଁ ଡେଙ୍ଗାଡି ସରପଞ୍ଚ ସୁଶ୍ରୀ ଶଶୀ ସ୍ୱାଇଁ ବିଦ୍ୟାଳୟ ର ଉନ୍ନତି ନିମନ୍ତେ ୨,୦୦,୦୦୦ ଦୁଇ ଲକ୍ଷ୍ୟ ଟଙ୍କା ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ବିଧାୟକ, ସରପଞ୍ଚ ଙ୍କୁ ସାଧୁବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ସଭାପତି ,କର୍ମକର୍ତ୍ତା ସାହେବ ପ୍ରଧାନ ରାମନାଥ ସ୍ୱାଇଁ ଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀମାନେ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଶେଷ ରେ ହିନ୍ଦୀ ଶିକ୍ଷକ ବିଜୟ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


