ଭାରପ୍ତାପ୍ତ ପ୍ରଧାନ ଶିକ୍ଷକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ଛତ୍ରପୁର (ଦେବଦତ୍ତ ମହାରଣା): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନେଇ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀଙ୍କୁ ମିଳିଲା ପ୍ରକ୍ୃତି ବନ୍ଧୁ ପୁରସ୍କାର । ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୭୫ ତମ ସ୍ୱାଧିନତା ଦିବସ ଅବସରରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ଶ୍ରୀ ସେଠୀଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିବା ସହ ସମ୍ମାନ ପତ୍ର ଓ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଶ୍ରୀ ସେଠୀ ଙ୍କ ପରିବେଶ ସୁରକ୍ଷା ସଂପର୍କିତ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକୁ ମଧ୍ୟ ଭୁୟସୀ ପ୍ରଶଂସା କରିଛନ୍ତି । ଶ୍ରୀ ସେଠୀ କରୋନା ମହାମାରୀ ସମୟରେ ଲୋକମାନେ କିପରି ସୁରକ୍ଷିତ ରହିପାରିବେ ସେଥି ନିମନ୍ତେ ବିଭିନ୍ନ ସଚେତନମୂଳକ କାର୍ଯ୍ୟ କରିବା ସହ ସ୍ୱାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମ କରି ଅଧିକାରୀ ମାନଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା, ଏମ୍ ମାଧବୀ ଲତା ଓ ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡଃ ଶଙ୍କର ନାରାୟଣ ବେଜ ପ୍ରମୁଖ ଉପସ୍ଥିତ ଥିଲେ ।


