ରାସ୍ତାରେ ଆଣ୍ଠୁଏ ପାଣି : ସମସ୍ୟା ଭୋଗୁଛନ୍ତି ହରିଜନ ସାହି ଲୋକେ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହି ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବା ଯୋଗୁ ସାହି ଲୋକମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ପାଶ୍ୱର୍ର ଅବସ୍ଥିତ ଥିବା ବେଳେ ଏଠାରେ ପ୍ରାୟ ୧୫୦ ଲୋକ ବସବାସ କରନ୍ତି । ଏହି ଗ୍ରାମରେ ପ୍ରାୟ ଦେଢଶହ ଫୁଟ ପକ୍କା ରାସ୍ତା ଥିବା ବେଳେ ଅବଶିଷ୍ଟ କଚ୍ଚା ରାସ୍ତା ରହିଛି । ରାଜ୍ୟ ରାଜପଥ ନିର୍ମାଣ ହେବା ପରେ ଉକ୍ତ ରାସ୍ତାର ଉଚ୍ଚତା କମ୍ ହୋଇଯାଇଛି । ଫଳରେ ଜଳ ନିଷ୍କାସନ ସମସ୍ୟା ଦେଖାଯାଇଛି । ରାସ୍ତାରେ ପାଣି ଜମି ରହିବା ଫଳରେ ଗ୍ରାମରେ ବିଭିନ୍ନ ରୋଗ ସୃଷ୍ଟି ହେବା ସହ ଡେଙ୍ଗୁ ଜ୍ୱର ହେବାର ଆଶଙ୍କା ପ୍ରକାଶ ପାଇଛି । ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ସହିତ ଗ୍ରାମ୍ୟ ରାସ୍ତାକୁ ଅଧିକ ଉଚ୍ଚତା ବିଶିଷ୍ଟ କରିବା ପାଇଁ ଗ୍ରାମର ସୂର୍ଯ୍ୟକାନ୍ତ ଯେନା, ପ୍ରାଣବନ୍ଧୁ ଯେନା, କାର୍ତ୍ତକ ଯେନା, ରବିନ୍ଦ୍ର ଯେନା, ପଞ୍ଚାନନ ଯେନା, ନାରାୟଣ ଯେନା, ପିଣ୍ଟୁ ଯେନା, ଗୋପାଳ ଯେନା, ହରେକୃଷ୍ଣ ଯେନା, ବୁଟୁ ଯେନା, କିଶୋର ଯେନା ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ