ଟାଟା ଭ୍ୟାନ ସହ ୧୨୪ କେଜି ଗଞ୍ଜେଇ, ଜବତ ଜଣେ ନାବାଳକ ସମତେ ୩ ଗିରଫ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଏସ ଆଇ ସୁନିଲ କୁମାର ଦଳାଇ ଓ ତାଙ୍କ ଟିମ କମଳାପୁର ଛକରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ଭ୍ୟାନରୁଗାଡ଼ି ନଂ jh24f 9536କୁ ଅଟକାଇ ଯାଞ୍ଚ କରିବା ବେଳେ୧୨୪ କେଜି୮୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟ ଓଲ୍ହ ଗାଁର ଅରୁଣ କୁମାର ଯାଦବ ଓ ସନୋଜ କୁମାର ଚେରୋ ସମେତ ଜଣେ ନାବାଳକ ରହିଛି। ଅଭିଯୁକ୍ତମାନେ ଅଡ଼ବାଥାନା ଅଂଚଳରୁ ଗଞ୍ଜେଇ ନେଇ ବିହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ପୋଲିସ ଟାଟା ଭ୍ୟାନକୁ ଯାଞ୍ଚ କରି ୪ ବସ୍ତା ଗଞ୍ଜେଇ ଜବତ କରିଛି । ଯାହାର ଅନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ।ଉକ୍ତ ଗଞ୍ଜେଇ ଓଜନ ସମୟରେ ମାଜିଷ୍ଟେଡ଼ ଦାଇତ୍ୱ ରେ ମୋହନା ତସିଲଦାର ସାରଦାପ୍ରଶ୍ନ ପଣ୍ଡା ଉପସ୍ଥିତ ରହିଥିଲେ ।