ମହିଳା ମହାସଂଘର ସମସ୍ୟା, ୫ମାସ ବିତି ଯାଇଥିଲେ ମଧ୍ୟ ବିଡ଼ିଓ ସମସ୍ୟାର ସମାଧାନ କଲେ ନାହିଁ
ଧାମନଗର(ସନ୍ତୋଷ କୁମାର ପ୍ରଧାନ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭାଗବନପୁର ପଞ୍ଚାୟତର ମହିଳା ମହାସଂଘ ବିଗତ ଦିନ ଧରି ଲାଗିରହିଥିବା ଅନିୟମିତତା ଯଥା ସିଆରପି,ଏମବିକେ ନିଯୁକ୍ତିରେ ହେରଫେର ଓ ମହାସଂଘ ସଭାନେତ୍ରୀ ଓ ସମ୍ପାଦିକାଙ୍କ ମନମୋଖୀ କାଯ୍ୟକଳାପ ବିରୋଧରେ ଆଜି ପୁଣି ପଞ୍ଚାୟତ ସମିତି ଘେରିଲେ ଶତାଧିକ ମହିଳା।ସୂଚନାନୁସାରେ ଭାଗବନପୁର ମହିଳା ମହାସଂଘର ସଭାନେତ୍ରୀ ସ୍ୱର୍ଣ୍ଣଲତା ସେନାପତି ଓ ସମ୍ପାଦିକା ପଙ୍କଜିନି ପାତ୍ର ମନମୁଖୀ କାର୍ଯ୍ୟ କରୁଛନ୍ତି। ଉଭୟଙ୍କର ମନମୁଖୀ କାର୍ଯ୍ୟକଳାପ ଓ ସିଆରପି, ଏମବିକେ ନିଯୁକ୍ତିର ଅନିୟମିତତା ତଥା ମହାମାରୀ ସମୟରେ ଆସିଥିବା ଆର୍ଥିକ ଅନୁଦାନ ହେରଫେରକୁ ନେଇ ଗତ ଫେବୃଆରୀ ମାସରେ ମହିଳା ମହାସଂଘର ସଦସ୍ୟା ମାନେ ବ୍ଲକରେ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ବିଡ଼ିଓ ଏହି ସମସ୍ୟାର ସମାଧାନ ଏପ୍ରିଲ ମାସରେ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ମହିଳା ମାନେ ଧାରଣା ପ୍ରତ୍ୟାହାର କରିଥିଲେ। କିନ୍ତୁ ଆଜକୁ ୫ ମାସ ବିତିଯାଇଥିଲେ ସୁଦ୍ଧା ଏହାର କୌଣସି ସମାଧାନ ଏପଯ୍ୟନ୍ତ ହୋଇନାହଁ। ପୁଣି ଗୋରୁବାର ଦିନ ମହିଳାମାନେ ଧାମନଗର ପଞ୍ଚାୟତ ସମିତିରେ ଏହି ସବୁ ବିଷୟକୁ ନେଇ ବିଡ଼ିଓ ଅନୁପସ୍ଥିତିରେ ଏବିଡ଼ିଓଙ୍କୁ ଲିଖିତ ଅଭିଯୋଗ ସହ ଦାବି ଜଣାଇଛନ୍ତି। ତେଣୁ ଏହିସବୁ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମି ଦିନରେ ପୁଣି ପଂଚାୟତ ସମିତି ଘେରିବା ସହ ରାସ୍ତାରୋକ କରିବାକୁ ସାଗରିକା ପଟନାୟକ, ଗୀତରାଣୀ ବେହେରା ବର୍ଷା ରାଣୀ ସାହୁ, ଜାନକୀ ଦାସ ସମେତ ବହୁ ସଦସ୍ୟା ଚେତାବନୀ ଦେଇଛନ୍ତି।


