ବିଜେଡିର ମିଶ୍ରଣପର୍ବ : ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
ନିମାପଡା ( ସନ୍ତୋଷ ଦାଶ ) ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ରାଜନୈତିକ ଦଳ ତୃଣମୂଳ ସ୍ତର ରେ ଦଳ କୁ ମଜଭୁତ କରିବାକୁ ଅଣ୍ଟା ଭିଡି ଛନ୍ତି l ରବିବାର ଦିନ ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ର ଜଳେଶ୍ୱରପଡା ଗ୍ରାମପଂଚାୟତ ରେ ବିଜେଡି ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଉକ୍ତ ପଂଚାୟତ ର 19 ଓ 20 ୱlର୍ଡ ର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ତ୍ୟାଗ କରି ବିଜେଡି ଦଳ ରେ ଯୋଗଦାନ କରିଛନ୍ତି l ଏହି ମିଶ୍ରଣ ପର୍ବ ନରେନ୍ଦ୍ରପୁର ଗ୍ରାମସ୍ଥିତ ହରି ସହଦେଵ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଥିବାବେଳେ ଅତିଥି ଭାବେ ପୁରୀ ଜିଲ୍ଲାପରିଷଦ ର ଅଧକ୍ଷ ଜ୍ୟୋତିର୍ମୟ ଦଳାଇ, ଅସ୍ତରଙ୍ଗ ବ୍ଲକ ଅଧକ୍ଷ ସ୍ୱାଧୀନ କୁମାର ନାୟକ, କ୍ରୀଡା ମନ୍ତ୍ରୀ ଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟ ଛବି ପରିଡା, ସରପଞ୍ଚ କାଞ୍ଚନ ଦେଇ, ପଂଚାୟତ ବିଜେଡି ସଭାପତି ରୋହିତ ନାୟକ, ସମ୍ପାଦକ ବିଷ୍ଣୁ ଚରଣ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ବିଜେଡି ରେ ନୂତନ ଭାବେ ମିଶି ଥିବା କର୍ମୀ ମାନଙ୍କୁ ସ୍ବାଗତ କରି ଶୁଭେଚ୍ଛା ଜଣାଇଥିଲେ l