ଗୋରୁମହିଷାଣୀ-ବାଙ୍ଗିରିପୋଷୀ ନୂତନ ରେଳ ସଂଯୋଗୀକରଣ ଦାବୀକୁ ନେଇ ଭଂଜସେନା ଓ ବାମନଘାଟୀ ରେଳ ବିକାଶ ସମିତିର ମିଳିତ ସାମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ଓଡିଶାର ସର୍ବବୃହତ୍ତମ ଆଦିବାସୀ ଅଧ୍ୟୁଷିତ ବଣ,ଜଙ୍ଗଲ,ଜୈବ ମଣ୍ଡଳ, ନଦୀ,ନାଳଘେରା ମୟୂରଭଂଜ ଜିଲ୍ଲାର ଅଧାରୁ ଅଧିକ ଅଂଚଳ ବାମନଘାଟୀ ଏଵଂ ପଞ୍ଚପୀଢ ଉପଖଣ୍ଡ ରେଳ ବିକାଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଚିର ଅବହେଳିତ ହୋଇ ଆସିଛି ।ଏହାକୁ ନେଇ ଦିର୍ଘ ବର୍ଷର ଦିନକୁ ଦିନ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।ଯଦିଓ ସରକାର ଲୌହ ଖଣିରୁ କୋଟି କୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଛନ୍ତି ହେଲେ ରେଳସେବା ପାଇଁ ଅର୍ଥ ଖର୍ଚ କରୁ ନାହାନ୍ତି ।ଗୋରୁମହିଷାଣିରୁ ବାଙ୍ଗିରିପୋଷୀ ରେଳ ସର୍ଭେ ଅନୁସାରେ ମାତ୍ର ୫୩ କିମି ।ଏହାର ଅଟକଳ ବ୍ୟୟ ୭୫୬ କୋଟି ଟଙ୍କା ,ଟାଟାନଗରରୁ -ରୁପ୍ସା ପର‌୍ୟ୍ୟନ୍ତ ସବୁଠାରୁ କମ ରାସ୍ତା ଯାହାକି ୪୦କିମି କମିବ, ଟାଟାନଗର-ଖଡଗପୁର-ରୁପ୍ସା ରାସ୍ତା ୪୦ କିମି ଦୂର ଅଧିକ,ଏହି ରାସ୍ତାରେ ଜନବସତି ଦେଇଯିବ ,ଟାଟାନଗରରୁ ଧାମରା ପୋର୍ଟକୁ ପ୍ରତ୍ୟେକ ଦିନ ୭/୮ ଟି ଟ୍ରେନ ଭାୟା ଖଡଗପୁର ଦେଇ ଯାଉଛି ତା଼ହା ଏହି ରାସ୍ତା ଦେଇ କମ୍ ଦୂରତା ଓ କମ ସମୟରେ ପହଞ୍ଚିବ,,ଚିର ପ୍ରପିଡିତ ବାତ୍ୟା ଯୋଗୁଁ ଟାଟାନଗର-ଖଡଗପୁର-ରୂପ୍ସା ରେଳ ସେବା ବାରମ୍ବାର ବ୍ୟାହତ ହେଉଥିବା ଯୋଗୁଁ ଏହି ରେଳପଥ ବିକଳ୍ପ ଏବଂ ସହଜ ସୁଗମ ରେଳପଥ ଗମନାଗମନ ପାଇଁ ସହଜ ହେବ ।ରେଳ ସଂଯୋଗୀ ହେଲେ ଏହାଦ୍ବାରା ଏଅଂଚଳର‌ ଅର୍ଥନୈତିକ ବିକାଶ ହେବ । ହେଲେ ସରକାର ଟାଟାନଗର-ଖଡଗପୁର ତୃତୀୟ ରେଳପଥ ବିଛାଣ ନେଇ ୧୪୩୦ କୋଟି ଟଙ୍କା ଖର୍ଚ କାହିଁକି କରୁଛନ୍ତି ତାହା ବଦଳରେ ମାତ୍ର ୭୫୬ .୬୯କୋଟି ଟଙ୍କା ଖର୍ଚ କରିବରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।ଏହାକୁ ନେଇ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ସଂଗଠନ ‘ଭଂଜସେନା’ପକ୍ଷରୁ ଆସନ୍ତା ଅଗଷ୍ଟ ୨୭,୨୮,୨୯ ତାରିଖ ଦିନ ବାଙ୍ଗିରିପୋଷୀରୁ ଗୋରୁମହିଷାଣୀ ପର‌୍ୟ୍ୟନ୍ତ ତାଙ୍କର ହଜାର ହଜାର ସମର୍ଥକଙ୍କ ଦ୍ବାରା ବାଙ୍ଗିରିପୋଷୀ-ଗୋରୁମହିଷାଣୀ ନୂତନ ରେଳ ବିଛାଣ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚରକୁ ଆଣିବାପାଇଁ ଏକ ସଚେତନତା ପଦଯାତ୍ରା କରିବ ।ଏହି ପଦଯାତ୍ରାକୁ ବାମନଘାଟୀ ରେଳ ବିକାଶ ସମିତି ପୁର୍ଣ ପ୍ରାଣରେ ସମର୍ଥନ କରିବା ନେଇ ଆଜି ରାଇରଙ୍ଗପୁରସ୍ଥ କୁଡୁମି ଭବନ ପରିସରରେ ରବିବାର ଦିନ ଅପରାହ୍ନ ୪ଘଟିକାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।ଏହି ସାମୁହିକ ଦାବିକୁ ବାମନଘାଟୀ ବାସୀ ପୁର୍ଣ ସମର୍ଥନ କରି ଦଳେ ଦଳେ ଏହି ପଦଯାତ୍ରାରେ ସାମିଲ ହୋଇ ସରକାରଙ୍କ ଦୃଷ୍ଟି ଗୋଚରକୁ ଆଣିବାରେ ସହାୟତା ହୁଅନ୍ତୁ ବୋଲି ଗଣମାଧ୍ୟମ ଦ୍ବାରା ନିବେଦନ ଓ ଅନୁରୋଧ କରିଥିଲେ ।ଏହି ସାମ୍ବଦିକ ସମ୍ମିଳନୀରେ ବାମନଘାଟୀ ରେଳ ବିକାଶ ସମିତି ସଭାପତି ସ୍ବେଛାକୃତ ଅବସରପ୍ରାପ୍ତ ଭାରତୀୟ ରେଳ ପ୍ରଶାସନିକ ଅଧିକାରୀ ଇଂ ଦୟାନିଧି ମାର୍ଣ୍ଡି,ସଂପାଦକ ସାମ୍ବାଦିକ ସୁବ୍ରତ ମହାନ୍ତି,ଭଂଜସେନା କାର‌୍ୟ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ,ସୌମିତ ବଳ,ବଂଶୀଧର ମହାକୁଡ,ବାଜୁନ ହାଁସଦା,ଅଂଜନ ବରାଳ,ଲକ୍ଷ୍ମଣ ମହାନ୍ତ,ଚିକୁ ମହାନ୍ତି,ମୋହିତ ବିଶୋଇ,ଇଂ ରାମଜାନ ବେଗ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ