ଦ୍ଵିତୀୟ ପର୍ଯ୍ୟାୟରେ ଗଞ୍ଜାମ ପରିଦର୍ଶନରେ ୬ମନ୍ତ୍ରୀଙ୍କ ସହ ବିଧାୟକଗଣ

ତାମ୍ପରା ଠାରେ ସମସ୍ତଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଗତ ଶନିବାର ତଥା ଅଗଷ୍ଟ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ । ଆଜି ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ଦଶ ଟି ସ୍କୁଲ ରେ ଉଦଘାଟନ କାର୍ଯ୍ୟକ୍ରମ ରହିଛି l ଗଞ୍ଜାମ ଜିଲ୍ଲାରେ ବିଦ୍ୟାଳୟ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କରାଯାଇଥିବା କାମକୁ ପରଖିବା ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଛଅ ମନ୍ତ୍ରୀଙ୍କ ସହ ଓଡିଶା ର ବିଭିନ୍ନ ଅଂଚଳ ର ୨୦ ରୁ ଅଧିକା ବିଧାୟକ ଆସି ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି। ସୋମବାର ସକାଳ ସାଢ଼େ ୮ଟା ସମୟରେ ବିଧାୟକମାନେ ଛତ୍ରପୁରର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ତାମ୍ପରା ବୋଟ କ୍ଳବ ପରିସରରେ ପହଂଚିବାକୁ ଆରମ୍ଭ କରିଥିଲେ। ପ୍ରଥମେ ଖାଦ୍ୟ, ଯୋଗାଣ ଓ ସମବାୟ ବିଭଗ ର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ,ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ମନ୍ତ୍ରୀ ନବ କିଶୋର ଦାସ, ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗ ର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଂଚାୟତ ରାଜ, ନଗର ଉନ୍ନୟନ ଓ ଆଇନ ବିଭାଗ ର ମନ୍ତ୍ରୀ ପ୍ରତାପ କୁମାର ଜେନା, ଜଳସେଚନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ମନ୍ତ୍ରୀ ରଘୁନନ୍ଦନ ଦାସ , ଅବକାରୀ ଓ ଅର୍ଥ ବିଭାଗ ର ମନ୍ତ୍ରୀ ନିରଂଜନ ପୂଜରୀ ପରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା ପହଞ୍ଚିଥିଲେ। ଏମାନଙ୍କ ବ୍ୟତୀତ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତାଳଚେର ବିଧାୟକ ବ୍ରଜ କିଶୋର ଜେନା, ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ଜଗତସିଂପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଆଠ ମାଳିକା ବିଧାୟକ ରମେଶ ଚନ୍ଦ୍ର ସାଇ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଚୌଧୁରୀ କଟକ ବିଧାୟକ ସୌଭିକ ବିଶ୍ୱାଳ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପାଲହରା ବିଧାୟକ ମୁକେଶ କୁମାର ପାଲ, ପରଜଙ୍ଗ ବିଧାୟକନୃସିଂହ ଚରଣ ସାହୁ, ତିତ୍ତଲ ବିଧାୟକ ବିଜୟ ଶଙ୍କର ଦାଶ, ଛେଣ୍ଡିପଡା ବିଧାୟକ ସୁଶାନ୍ତ କୁମାର ବେହେରା ଆସି ଏଠାରେ ପହଞ୍ଚିଥିଲେ ସେମାନଙ୍କ ସହ ଗଞ୍ଜାମ ଜିଲ୍ଲାର କବି ସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟିକା କେ. ସୂର୍ଯ୍ୟମଣି ବୈଦ୍ୟ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ବୋଟ କ୍ଳବ ଠାରୁ ନବ ନିର୍ମିତ ପାର୍କ ଦେଇ ସମସ୍ତ ଅତିଥିମାନ ଙ୍କୁ ବ୍ୟାଟେରୀ ଚାଳିତ ଗାଡିରେ ନିଆ ଯାଇଥିଲା। ସେଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛଅ ଜଣ ମନ୍ତ୍ରୀଙ୍କସହ ସମସ୍ତ ବିଧାୟକଙ୍କୁ ଉତ୍ତରୀୟ ଓ ଗଞ୍ଜାମ ଜିଲ୍ଲାର ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ହାତ ତିଆରି ଆଚାର, ପାମ୍ପଡ, ବଡି ଓ ରନ୍ଧା ଗୁଡ ଆଦି ପ୍ରଦାନ କରି ସ୍ୱାଗତ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଦିଗପହଣ୍ଡି ବ୍ଳକରେ ବୁଣା ଯାଉଥିବା ବମକେଇ ପାଟରେ ତିଆରି ଉତ୍ତରୀୟ ସହ କିଆ ଫୁଲ ପାଖୁଡା ବ୍ୟବହୃତ ହୋଇ ତିଆରି ହୋଇଥିବା ବ୍ୟାଗ ଦେଇ ସ୍ୱାଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ,ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଡ଼ିଆରଡ଼ିଏ ଏପିଡି ଜ୍ୟୋତି ଶଙ୍କର ରାୟ, ବିଡିଏ ସେକ୍ରେଟାରୀ ସମ୍ବିତ ରାଉତ, ତହସିଲଦାର ନୀଳମାଧବ ଭୋଇ,ଆରଟିଓ ବିକାଶ ଚୌଧୁରୀଓ ଅନ୍ୟାନ୍ୟ ଅଧିକରୀ ଏବଂ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ଚର୍ଚ୍ଚା କରିଥିଲେ। ଏଠାରେ ପ୍ରାତଃ ଭୋଜନ ପରେ ଅତିଥି ମାନେ ତାମ୍ପରା ହ୍ରଦ ଓ ପାର୍କ ମନଭରି କିଛି ସମୟ ବୁଲି ଦେଖିଥିଲେ l ପରେ ସେଠାରୁ ଓଡିଶା ପର୍ଯ୍ୟଟନ ବିଭାଗର ୨ଟି ଗାଡିରେ ଛଅ ମନ୍ତ୍ରୀ ମାନଙ୍କ ସହ ସମସ୍ତ ବିଧାୟକ ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା ତାରା ତାରିଣୀଙ୍କ ପ୍ରସିଦ୍ଧ ପୀଠକୁ ଦର୍ଶନ ପାଇଁ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ