ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ରକ୍ଷାବନ୍ଧନ
ବାଲେଶ୍ୱର, (ସରୋଜ ପଣ୍ଡା): ଜେଲରୋଡ଼ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ପିବତ୍ର ରକ୍ଷାବନ୍ଧନ ଉତ୍ସବ ରବିବାର ପାଳିତ ହୋଇଯାଇଛି । ଆଶ୍ରମର ଭାଇ ଭଉଣୀମାନେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଯାଇ ଅଧିକାରୀ ଏବଂ କର୍ମଚାରୀଙ୍କ ହାତରେ ରାଖି ବାନ୍ଧି ମିଠା ଖୁଆଇ ଉତ୍ସବର ଆଭିମୁଖ୍ୟ ତଥା ମାନବ ଜୀବନରେ ଆଧ୍ୟାତ୍ମିକତାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି । ସକାଳଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଦେଖିବାକୁ ମିଳିଥିଲା । ବାଲେଶ୍ୱର ଆଶ୍ରମର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରମିଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ମୀନତି, ଶୁଭଶ୍ରୀ, ସବିତା, ସୀମା, ପୂଜାଙ୍କ ସମେତ ବ୍ରହ୍ମାକୁମାର ସିଦ୍ଧେଶ୍ୱର, ଗୌତମ, ରାମ, ମାସନ୍ତ, ଧୀରେନ, କମଳା ଅସିତ ଓ ରାଜେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ ।