ବିଦ୍ୟାଳୟ ପକ୍ଷରୁ ପ୍ରାଣୀ ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲିସ୍ଥିତ ସରକାରୀ ଉପ୍ରା ବିଦ୍ୟାଳୟ ପକ୍ଷରୁ ବିିଦ୍ୟାଳୟର ଛାତ୍ର ତଥା ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକାର ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଚିନ୍ତାମଣି ଘଡେଇ, ସିଆରସିସି ରାମ ଚନ୍ଦ୍ର ଜେନା, ଟିଲୋ ସିଆରସିସି ସୁକାନ୍ତ କୁମାର ବେହେରା, ଓଡଙ୍ଗ ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପର୍ଶୁରାମ ନାୟକ, ରଂଜନ କୁମାର ନାୟକ, ବିଦ୍ୟୁତ୍ପ୍ରଭା ମଲ୍ଲିକ, ଅନସୂୟା ଜେନା, ମହାମାୟା ଜେନା ସହଯୋଗ କରିଥିଲେ ।


