ମନ୍ଦିର ଜାଗାରେ ସରକାରୀ ବାସଭବନ ନିର୍ମାଣକୁ ବିରୋଧ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସହର ୨୧ ନଂ. ୱାର୍ଡର କଜଳା ଗ୍ରାମରେ ଥିବାମନ୍ଦିର ଜମିରେ ସରକାରୀ ବାସ ଭବନ ନିର୍ମାଣକୁ ବିରୋଧ କରିଛନ୍ତି ଅନୁସୂଚିତ ଜନଜାତି ବର୍ଗର ଲୋକମାନେ । ଯୁବନେତା ମହେଶ ପାଢୀଙ୍କ ନେତୃତ୍ୱରେ ୫୦ରୁ ଅଧିକ ପୁରୁଷ ଓ ମହିଳା ଏହାକୁ ବିରୋଧ କରି ଧାରଣାରେ ବସିରହିଥିଲେ । ଏହି ଅଞ୍ଚଳରେ ସରକାରୀ ବାସଭବନ ନିର୍ମାଣ କରିବା ପାଇଁ କେନ୍ଦ୍ରାପଡା ବିଡିଓ, ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କ ସମେତ ଅନ୍ୟ ଅଧିକାରୀମାନେ ମଙ୍ଗଳବାର ସେଠାରେ ପହଞ୍ଚିଥିଲେ । ଏହା ଜାଣିବା ପରେ ଅନୁସୂଚିତ ଜନଜାତି ସଂପ୍ରଦାୟର ଲୋକମାନେ ଯୁବନେତା ମହେଶ ପାଢୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ଶ୍ରୀ ପାଢୀ ସେଠାରେ ପହଞ୍ଚି ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ସହ ସେଠାରେ ଧାରଣା ଦେଇଥିଲେ । ସରକାରୀ ଅଧିକାରୀମାନେ କହିଥିଲେ ଯେ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଏଠାରେ ସରକାରୀ ବାସଭବନ ନିର୍ମାଣ ହେବ । ସେଥିପାଇଁ ଆମେ ଘଟଣା ସ୍ଥଳକୁ ପରିଦର୍ଶନରେ ଆସିଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ