କଟକ ବଡ଼ମେଡ଼ିକାଲରେ ଏକମୋ ମେସିନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ, (ଦୀପକ୍ କୁମାର ବେଉରା):ଚିକିତ୍ସା କ୍ଷେତ୍ରରେ ରାଜ୍ୟକୁ ମିଳିଲା ନୂଆ ମାଇଲ ଖୁଣ୍ଟ । ରାଜ୍ୟରେ ଆରମ୍ଭ ହେଲା ଏକମୋ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଏକମୋ ମେସିନର ଶୁଭାରମ୍ଭ । ଏହି ମେସିନ କାର୍ଯ୍ୟକାରୀ ହେବା ପରେ ରାଜ୍ୟବାସୀଙ୍କୁ ଆଉ ଏକମୋ ଚିକିତ୍ସା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି । ଗୁରୁତର ରୋଗୀ ମାଗଣାରେ ଏକମୋ ଚିକିତ୍ସା ପାଇପାରିବେ । ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ରାଜ୍ୟର ବଡ ମେଡିକାଲ SCBରେ ଏକମୋ ଚିକିତ୍ସା ଆରମ୍ଭ ହୋଇଛି । ଏସସିବିରେ ମୋଟ ୨ଟି ଏକମୋ ମେସିନ ରହିଛି । ତେବେ ଏହିଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଚିକିତ୍ସା ସବୁଠୁ ବ୍ୟୟବହୁଳ ଚିକିତ୍ସା । ମୁଁ ଏହାକୁ ରାଜ୍ୟବାସୀଙ୍କ ପାଇଁ ସମର୍ପିତ କରୁଛି । ପୂର୍ବଭାରତରେ ଏହା ସବୁଠାରୁ ବଡ ଏକମୋ ୟୁନିଟ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବନି । ମାଗଣାରେ ଚିକିତ୍ସା ଯୋଗାଇଦେବେ ରାଜ୍ୟ ସରକାର ।ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ଦ୍ବିତୀୟ ଲହର ଭୟାନକ ଥିଲା । ରାଜ୍ୟବାସୀ ଲକଡାଉନରେ ଥିଲେ । ଏବେ ଲକଡାଉନ କୋହଳ ହୋଇଛି । ତଥାପି ବିପଦ ଯାଇନାହିଁ । ଆମକୁ ସତର୍କ ରହିବାକୁ ପଡିବ । ତୃତୀୟ ଲହର ପାଇଁ ବିଶେଷଜ୍ଞମାନେ ସତର୍କ କରାଇଲେଣି । ଶିଶୁମାନେ ସଂକ୍ରମିତ ହେବେ ବୋଲି ଆକଳନ ଚାଲିଛି । ତେଣୁ ଆମକୁ ନିୟମ ମାନିବାକୁ ପଡିବ । ମାସ୍କ ପନ୍ଧିବା ସହ ସାମାଜିକ ଦୂରତା ରଖିବା ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଆଜି(ଶୁକ୍ରବାର) ଏହି ମେସିନର ଶୁଭାରମ୍ଭ କରିଛନ୍ତି । ଏକମୋ ପରିଚାଳନା ପାଇଁ ସ୍ଵତନ୍ତ୍ର ଡାକ୍ତରୀ ଟିମ ଗଠନ ହୋଇଛି । ଜୁଲାଇ ୨୭ ରେ ରାଜ୍ୟକୁ ଏକମୋ ମେସିନ ଆସିଥିଲା । ଆଜି ଉଦଘାଟନ ହେବା ପରେ ଆସନ୍ତାକାଲି( ଶନିବାର) ଠାରୁ ରାଜ୍ୟରେ ମାଗଣା ଏକମା ସେବା ଲାଗୁ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ