ନିସ୍ଵାର୍ଥପର ସେବାପାଇଁ ରଥ ସେବକ ସମ୍ବର୍ଦ୍ଧିତ
ନିମାପଡା, (ସନ୍ତୋଷ ଦାଶ):ଗତ ପବିତ୍ର ରଥଯାତ୍ରାରେ ରଥ ପୁଲି ସଂଚାଳନ କାର୍ଯ୍ୟରେ ନିଯୁକ୍ତ ସେବକ ମାନଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଆନନ୍ଦବଜାର ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆଜି ଉଚ୍ଛସ୍ବିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଆୟୋଜିତ ଉତ୍ସବରେ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଗୋପ ସବରେଜିଷ୍ଟାର ପ୍ରଭାତ କୁମାର ତରାଇ ମୁଖ୍ୟ ବକ୍ତା ଭାବେ ଶୈଳନ୍ୟ କୁମାର ପାତ୍ର, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ଯୁବ ସମାଜସେବୀ ନୃସିଂହ ଚରଣ ବେହେରା, ବେଣୁଧର ପରିଡା, ରୋହିତ କୁମାର ପରିଡା ପ୍ରମୁଖ ଯୋଗଦେଇ ପୁଲି ସଂଚାଳନ ସେବକ ମାନଙ୍କ ନିଷ୍ଠା ଓ ଜଗନ୍ନାଥଙ୍କ ସେବା ପାଇଁ ଆଗ୍ରହ ଓ ପରାକାଷ୍ଠା ସମ୍ପର୍କରେ ବିବୃତି ପ୍ରଦାନ କରିଥିଲେ l କୋଭିଡ ସମୟରେ ସମସ୍ତ ନୀତି ନିୟମ ପାଳନ କରି ମହାପ୍ରଭୁଙ୍କର ଉଭୟ ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାରେ ସମର୍ପଣ ଭାବ ପୂର୍ବକ ପୁଲି ସଂଚାଳନ ଦାୟିତ୍ୱ ନିର୍ବାହ କରିଥିବା ରଥ ପରିଚାଳନା ନିର୍ଦେଶକ ଦଳର ସଦସ୍ୟ ବିଚିତ୍ରାନନ୍ଦ ନାୟକ, ଆଶୁତୋଷ ନାୟକ, ଭ୍ରମରବର ବେହେରା, ଆଦିତ୍ୟ ପ୍ରସାଦ ନାୟକଙ୍କ ସହ ପ୍ରାୟ ଚବିଶ ଜଣ ସେବାୟତ ମାନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଗୀତଗୋବିନ୍ଦ ଖଣ୍ଡୁଆ,ମାନପତ୍ର ଏବଂ ପୁଷ୍ପଗୁଛ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ଏଠାରେ ସୂଚନାଯୋଗ୍ୟକି ୧୯୯୭ ମସିହା ଠାରୁ ପ୍ରତ୍ୟେକ ରଥଯାତ୍ରାରେ ନିର୍ମାଣ କରାଯାଉଥିବା ରଥରେପୁଲି ସଂଚାଳନ ବ୍ୟବହାର କରାଯାଉଥିବା ଯୋଗୁଁ ଗୋଟିଏ ଦିନରେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦକ ହୋଇ ପାରୁଥିବା ରଥପୁଲି ସଂଚାଳନ କରୁଥୁବା ସେବକ ମାନେ ସୂଚନା ଦେଇଥିଲେ l


