ହିଞ୍ଜିଳିରେ ଲୁଟିଲା ଠକ ସଂସ୍ଥା : ବିଦେଶରେ ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଧରି ଛୁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗତ ପ୍ରାୟ ଏକ ମାସ ତଳେ ହିଞ୍ଜିଳିକାଟୁ ପୌରାଂଚଳ ୫ନଂ ୱାର୍ଡ଼ ପାଟଣା ସାହିରେ ଭଡ଼ା ସୁତ୍ରରେଏକ ଘରେ ଏକ ଟ୍ରାଭେଲ ଏଜେନ୍ସି କାର୍ଯ୍ୟାଳୟ ଖୋଲିଥିଲା । ବିଦେଶରେ ମୋଟା ଅଙ୍କର ଦରମା ସହ ଲୋଭନୀୟ ଅଫର ଦେଇ ଚାକିରି କରାଇ ଦେବା ନାମରେ ସ୍ଥାନୀୟ ଅଂଚଳର ବିଭିନ୍ନ ଯୁବକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇ ଛୁ ‘ ମାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଫଳରେ ଯୁବକ ମାନଙ୍କ ଚାକିରି କରିବା ଆଶା ନିରାଶରେ ପରିଣତ ହୋଇଛି । ଏପରିକି ବହୁ ଯୁବକଙ୍କ ଠାରୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ମୂଳ ପ୍ରମାଣ ପତ୍ର ନେଇ ଠକ ସଂସ୍ଥାର ମାଲିକ ଓ ୨ ସହଯୋଗୀ ଫେରାର ହୋଇଯାଇଛନ୍ତି । ପ୍ରକାଶ ଯେ, କିଛି ଦିନ ପୂର୍ବେ ଏକ ବେନାମୀ ଟ୍ରାଭେଲ ଏଜେନ୍ସି ସ୍ଥାନୀୟ ପୌରାଂଚଳ ପାଟଣା ସାହିରେ କାର୍ଯ୍ୟାଳୟ ଖୋଲିବା ସହ ବିଦେଶରେ ମୋଟା ଅଙ୍କର ଦରମା ସହ ଅନ୍ୟାନ ଲୋଭନୀୟ ଅଫର ପ୍ରଦାନ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିଥିଲା । ଏଭଳି ଲୋଭନୀୟ ଅଫରରେ ବଶବର୍ତ୍ତୀ ହୋଇ ସ୍ଥାନୀୟ ଅଂଚଳର ବହୁ ଯୁବକ ଓ ଯୁବତୀ ବିଦେଶରେ ଚାକିରି କରିବା ନେଇ ସଂପୃକ୍ତ ଟ୍ରାଭେଲ ଏଜେନ୍ସି ମାଲିକ ବୋଲାଉଥିବା ରାକେଶ କୁମାର ପଣ୍ଡା ଓ ଅନ୍ୟ ୨ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ । ଚାକିରି ପୂର୍ବରୁ ଭିସା, ପାସପୋଟ ଓ ଉଡ଼ାଜାହାଜରେ ଯାତାୟତ ପାଇଁ ମୁଣ୍ଡପିଛା ପ୍ରାୟ ୨୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଚାକିରୀ ଆଶାୟୀ ଯୁବକ/ ଯୁବତୀଙ୍କ ଠାରୁ ସଂପୃକ୍ତ ଟ୍ରାଭେଲ ଏଜେନ୍ସି ମାଲିକ ବୋଲାଉଥିବା ପଣ୍ଡା ସଂଗ୍ରହ କରି ନେଇଥିଲେ । ପ୍ରତି ବଦଳରେ ସଂପୃକ୍ତ ଯୁବକ/ ଯୁବତୀଙ୍କୁ ଏକ ୧୦ ଟଙ୍କିଆ ନନ ଜୁଡ଼ିସିଆଲ ଷ୍ଟାମ୍ପ ପେପରରେ କିଛି ଲେଖି ଧରାଇ ଦେଇଥିଲେ । ସଂସ୍ଥାର ମୁଖ୍ୟ ଚଳିତ ମାସ ୩୧ ତାରିଖ ସୁଦ୍ଧା ବିଦେଶରେ ଚାକିରି କରାଇଦେବା ନେଇ କହିଥିଲେ ବୋଲି ସ୍ଥାନୀୟ ଅଂଚଳର ନିଳାଂଚଳ ଗଉଡ଼, ରବିନ୍ଦ୍ର ପ୍ରଧାନ, ଜି. ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଭଳି ଠକାମୀର ଶିକାର ହୋଇଥିବା ଜାଣିପାରି ଗୁରୁବାର ସ୍ଥାନୀୟ ଅଂଚଳର ୪୦ରୁ ଉର୍ଦ୍ଧ ଯୁବକ, ଯୁବତୀ ସ୍ଥାନୀୟ ଅଂଚଳର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ପରେ ଶୁକ୍ରବାର ଘଟଣା ନେଇ ବହୁ ଯୁବକ, ଯୁବତୀ ହିଞ୍ଜିଳିରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ ୪୫୦/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ