ତ୍ରିଦୀବସୀୟ ବାଙ୍ଗିରିପୋଷୀ-ଗୋରୁମହିଷାଣୀ ରେଳ ସଂଯୋଗ ପାଇଁ ଭଂଜସେନାର ବିଶାଳ ପଦଯାତ୍ରା

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଓଡିଶାର ସର୍ବବୃହତ୍ତମ ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲା ରେଳ ବିକାଶରେ ପଛୁଆ ।ଯଦିଓ ସରକାର କହୁଛନ୍ତି ସବୁ ଅଂଚଳକୁ ରେଳପଥ ଯିବ !ହେଲେ ତାହା ବାସ୍ତବରେ ଓଲଟ ମାତ୍ର ୬୩ କିମି ଦୂର ରାସ୍ତାକୁ ୭୬୦ କୋଟି ଟଙ୍କାର ଅର୍ଥ ପାଇଁ ଗୋରୁମହିଷାଣୀ-ବାଙ୍ଗିରିପୋଷୀ ରେଳ ସଂଯୋଗ ହୋଇ ପାରୁନାହିଁ ।ଯାହାକୁ ନେଇ ବାମନଘାଟୀ ଉପଖଣ୍ଡବାସୀ ରାଜଧାନୀ ଭୂବନେଶ୍ବର ରେଳ ସଂଯୋଗରୁ ବଂଚିତ ହେଉଛନ୍ତି ।ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ତଥା ମୟୂରଭଂଜର ଦୁଖସୁଖର ସଥୀ,ସ୍ବର, ତଥା ଜାଗ୍ରତ ପ୍ରହରୀ ‘ଭଂଜସେନା’ ପକ୍ଷରୁ ବାଙ୍ଗିରିପୋଷୀ-ଗୋରୁମହିଷାଣୀ ରେଳ ସଂଯୋଗୀ କରଣ ନେଇ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା କିଳିଙ୍ଗ କେଶରୀ ଜେନା ତଥା ସମସ୍ତଙ୍କର ପ୍ରିୟ ସଫି ଭାଇଙ୍କ ନେତୃତ୍ବରେ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଯୁବ ସମାଜସେବୀ ରାକେଶ ସିଂଙ୍କ ତତ୍ବାବଧାନରେ ଅଗଷ୍ଟ୨୭ ତାରିଖରୁ ରେଳ ସଂଯୋଗ ସଚେତନତା ନେଇ ଏକ ବିଶାଳ ପଦଯାତ୍ରା ବାଙ୍ଗିରିପୋଷୀରୁ ବାହାରି ବିଜାତଳାରେ ପହଞ୍ଚିଥିଲା ,ଅଗଷ୍ଟ ୨୮ ତାରିଖ ଦିନ ବିଜାତଳାରୁ ବାହାରି ରାଇରଙ୍ଗପୁର ପହଞ୍ଚିଥିଲା ଏବଂତୃତୀୟ ଶେଷ ଦିନ ଅଗଷ୍ଟ ୨୯ ତାରିଖ ଦିନ ରାଇରଙ୍ଗପୁରରୁ ବାହାରି ଗୋରୁମହିଷାଣୀ ରେଳଷ୍ଟେସନରେ ଅପରାହ୍ନ ୪ ଘଟିକାରେ ପହଞ୍ଚିଥିଲା ।ରାସ୍ତା ଉଭୟ ପାର୍ଶ୍ବରେ ହଜାର ହଜାର ପୁରୁଷ,ମହିଳା,ଯୁବକ,ଛାତ୍ର ,ବିଭିନ୍ନ ସାମାଜିକ,ସସ୍କୃତିକ,କ୍ଲବର କର୍ମକର୍ତା ସେମାନଙ୍କୁ ଫୁଲତୋଡା,ଫୁଲମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଓ ସ୍ବାଗତ ଜଣାଇଥିଲେ ।ଭଂଜସେନା ପକ୍ଷରୁ ଏହା ଏକ ଅଦ୍ଭୁତପୁର୍ଣ ଜନଆନ୍ଦୋଳନ କରାଯାଇଥିଲା ।ବାମନଘାଟୀ ରେଳବିକାଶ ସମିତି ଏହି ଆନ୍ଦୋଳନକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁକିଛିରେ ସହଯୋଗ ଓ ସହାୟତାର ହାତ ବଢାଇ ସଫଳ ଭୂମିକା ଲିଭାଇଥିଲା ।ଏହି କାର‌୍ୟ୍ୟକ୍ରମରେ ମୟୂରଭଂଜ ଆଦିବାସୀ ସେଲ ସଭାପତା ବାଜୁନ ହାଁସଦାଃ,ବାରିପଦା ଉପଖଣ୍ଡ ସଂପାଦକ ମନୋରଂଜନ ବାରିକ, ଭଂଜସେନା ଉପାଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଅଂଜନ ବରାଳ(ରାଜା),ବାମନଘାଟୀ ଉପଖଣ୍ଡ ସଭାପତି ସୌମିତ ବଳ(ଦୀପୁ)ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଟୁଡୁ,ଜିଲ୍ଲା ସଂପାଦକ ଇଂ ରାମଜାନ ବେଗ୍,,ମୁଖପାତ୍ର ମୋହିତ ବିଶୋଇ,ରୂପକ ମହାନ୍ତି(ଚିକୁ), ଚିକୁ ପଟନାୟକ,ଶୁଭଂ ପଣ୍ଡା,ସମେତ ବହୁ ଭଂଜସେନା କର୍ମି ସାମିଲ ହୋଥଲେ ।ବାରଘାଟୀ ରେଳବିକଶ ସମିତି ସଭାପତି ରେଳ ପ୍ରଶାସନର ପ୍ରାକ୍ତନ ବରିଷ୍ଠ ଅଧିକାରୀ ଇଂ ଦୟାନିଧି ମାରାଣ୍ଡି,ସଂପାଦକ ସାମ୍ବାଦିକ ସୁବ୍ରତ ମହାନ୍ତି ପ୍ରମୁଖ ବାମନଘାଟି ଅଂଚଳବାସୀ ଏହି ଜନସଚେତନା ପଦଯାତ୍ରାକୁ ପୁର୍ଣ ସମର୍ଥନ,ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସରକାର ଖୁବ ଶିଘ୍ର ବାଙ୍ଗିରପୋଷୀ-ଗୋରୁମହିଷାଣୀ ରେଳ ସଂଯୋଗ ପାଇଁ ପଦକ୍ଷେପ ନେଇ ଅଂଚଳବାସୀଙ୍କୁ ରେଳସେବା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।ନଚେତ ଆଗାମୀ ଦିନରେ ଭଂଜସେନା ,ବାମନଘାଟୀ ରେଳ ବିକାଶ ସମିତି ଓ ଅନ୍ୟ ସଂଗଠନ ତରଫରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ନେତୃବୃନ୍ଦ ଗଣମାଧ୍ୟମରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ