କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ:  ୩-୦ ଗୋଲରେ ଡଙ୍ଗରପଡ଼ା ଦଳ ବିଜୟୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡ଼ିଆ ଠାରେ ଚଳିତ ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲାର ୧୬ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଏହି  ଫାଇନାଲ ଖେଳରେ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ସିନ୍ଦ୍ରିଗାଁ ଦଳ ସହିତ ଫିରିଂଙ୍ଗିଆ ବ୍ଳକ ରତଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ୩-୦ ଗୋଲରେ ଡଙ୍ଗରପଡ଼ା ଦଳ ବିଜୟୀ ହୋଇଥିଲା ବେଳେ ସିନ୍ଦ୍ରିଗାଁ ଦଳ ରନର୍ସ  ହୋଇଥିଲା । ଉଦଯାପନୀ ଉତ୍ସବ ରେ  ମୁଖ୍ୟ ଅତିଥି ଭାବେ ବିଡିଓ କଳାକୃଷ୍ଣ ପ୍ରଧାନ , ସମ୍ମାନୀୟ ଅତିଥି ଭାବେ ସୁଶାନ୍ତ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ, ବ୍ଳକ ବିଜେଡି ସଭାପତି ଜ୍ୟୋତିରାଜ ପ୍ରଧାନ, ଶିକ୍ଷକ ବିଦେଶୀ ନାୟକ, ସିମନବାଡ଼ି ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଜୟୀ  ଓ ରନର୍ସ  ଦଳଙ୍କୁ ପୁରସ୍କୃତ କରିଥିଲେ । କମିଟିର କର୍ମକର୍ତ୍ତା ଜଗନ୍ନାଥ ନାୟକ,ପ୍ରଭାସ ସାହୁ,ଅମର ନାୟକ(ତୋଫାନ), ମାଥ୍ୟାସ ପ୍ରଧାନ, ହୃଷୀକେଶ ବେହେରା, ବୁନୁ ନାୟକ, ଜହନ ନାୟକ, ସିଦ୍ଧାନ୍ତ ପ୍ରଧାନ, ପିନସ ପ୍ରଧାନ, ଦସୁ ନାୟକ,ଖେଳ  ଶିକ୍ଷକ ସାମନ୍ତ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣାମେଣ୍ଟ ୧୦ ଦିନ ଧରି ଶାନ୍ତି ଶୃଙ୍ଖଳା ଭାବେ ପରିଚାଳିତ ହୋଇଥିଲା। ଏହି କ୍ରୀଡାକୁ ଅଞ୍ଚଳର ସମସ୍ତ ଯୁବ ଓ ବୁଦ୍ଧିଜୀବୀ ଗୋଷ୍ଠୀ ପରିଚାଳନାରେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ