କୋଟଗଡ଼ ପୁଲିସ ଥାନାର ନୂତନ କୋଠା ଉଦଘାଟିତ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ପୁଲିସ ଡିଜି ଅଭୟଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପୁଲିସ ଥାନାର ନୂତନ କୋଠା ଉଦଘାଟନ ହୋଇଛି I ଓଡ଼ିଶା ପୁଲିସ ଡିଜି ବିଏସଏଫ ସ୍ଵତନ୍ତ୍ର ହେଲିକପ୍ଟରର ଯୋଗେ ନିର୍ଦ୍ଧାରିତ ସମୟ ଦିବା ୨.୩୦ମି ସମୟରେ ହାଇସ୍କୁଲ ପଡିଆ ଠାରେ  ପହଞ୍ଚି ନୂତନ କୋଠା କୁ ଉଦଘାଟନ କରିଛନ୍ତି I ତାଙ୍କର ଏହି ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା I ୮ମ ବାଟାଲିୟନ ଜବାନ ସୁରକ୍ଷା ଦାୟିତ୍ୱ ରେ ରହିଥିଲେ I କନ୍ଧମାଳ ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ତାଙ୍କ ଗସ୍ତ ସମୟରେ ଏହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ଡିଜିଙ୍କ ସମେତ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର, କନ୍ଧମାଳ ଏସପି ବିନୀତି ଅଗ୍ରୱାଲ ,ଏସ୍.ଡି.ପି.ଓ ମନୋଜ ପୂଜାରୀ, କୋଟଗଡ଼ ଆଇଆଇସି ଧିରାଜ ଲେଙ୍କା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସାଂସଦ ବ୍ଲକ ପ୍ରତିନିଧି ମନୋଜ କୁମାର  ସାବତ ପ୍ରମୁଖ ଉପସ୍ଥିତ ଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ