କନ୍ଧମାଳରେ କୁମାରୀଙ୍କ ଖୁଦୁରୁକୁଣୀ ଓଷା ଆରମ୍ଭ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାଦ୍ରବ ମାସ ର ପ୍ରଥମ ରବିବାର ରେ ପାରମ୍ପରିକ ପ୍ରଥlନୁସାରେ ଗାଁ ଗାଁ ରେ କୁମାରୀ ଝିଅ ମାନେ ଆରମ୍ଭ କରିଛନ୍ତି ଖୁଦୁରୁକୁଣୀ ଓଷା l ପ୍ରାତଃ ରୁ ଗାଁ ପୋଖରୀ,ନଦୀ କୁ ଯାଇ ସ୍ନାନ କରି ପୋଖରୀ କୂଳରେ ବାଲୁକାସ୍ତୁପ କରି ତହିଁ ରେ ଫୁଲ ଦେଇ ପୂଜା କରି ଘରକୁ ଫେରିଥିଲେ l ସଂନ୍ଧ୍ୟାରେ ସମସ୍ତେ ଏକଜୁଟ ହୋଇ ଗାଁ ମନ୍ଦିର ଅଥବା କୋଠଘରେ ସୁ ସଜ୍ଜିତ ପେଣ୍ଡାଲ କରି ଅlସ୍ଥାନ ରେ ଖୁଦୁରୁକୁଣୀ ଙ୍କ ମୂର୍ତ୍ତି ରଖି ଫୁଲ ଫଳ ମୂଳ ଭୋଗ ଲାଗି କରିଥିଲେ l ସେଠାରେ ଖୁଦୁରୁକୁଣୀ ଓଷା ବହି ପାଠ କରାଯିବାପରେ ସମସ୍ତେ ଖୁଦୁରୁକୁଣୀ ଙ୍କୁ ବନ୍ଦାପନା କରିଥିଲେ l ଶେଷରେ ସମସ୍ତେ ଭୋଗ ଖାଇ ଘରକୁ ଯାଇଥିଲେ l ଏହିପରି ୫ ଟି ରବିବାର ଖୁଦୁରୁକୁଣୀ ପୂଜା କରାଯାଇ ଶେଷ ରବିବାର ପରଦିନ ପୂଜା ପାଉଥିବା ଖୁଦୁରୁକୁଣୀ ମୂର୍ତ୍ତି କୁ ନିକଟସ୍ଥ ପୋଖରୀ କିମ୍ବା ନଦୀ ଜଳ ରେ ବିସର୍ଜନ କରାଯିବ l ଖୁଦୁରୁକୁଣୀ ଓଷା ପ୍ରକୃତରେ ମା ମଙ୍ଗଳା ଙ୍କ ଓଷା ବୋଲି ଗବେଷକ ମାନେ କହିଥାନ୍ତି l ଅତୀତରେ ସାଧବ ଘର କାହାଣୀ କୁ ନେଇ ଏଇ ଓଷା ଆରମ୍ଭ ହୋଇଥିବl କୁହାଯାଏ l ଏହି ଓଷା ଆମ ଓଡ଼ିଆ ନୌ ବାଣିଜ୍ୟ ର ସ୍ମୃତି କୁ ମନେ ପକାଇ ଦେଇଥାଏ l ଖୁଦୁରୁକୁଣୀ ଓଷା ପାଇଁ ସମଗ୍ର କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ଗାଁ ଉତ୍ସବ ମୁଖର ହୋଇପଡିଛି l


