ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ୧୪ଦଫା ଦାବିକୁ ନେଇ ଦାବିପତ୍ର ପ୍ରଦାନ

ନାଉଗାଁ, (ୱାଇଏନ୍‌ଏସ୍‌): ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ନାଉଗାଁ ଆଂଚଳିକ କମିଟି ପକ୍ଷରୁ ୧୪ଦଫା ଦାବିକୁ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନାଉଗାଁ ବିଡିଓଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି । ବିଡିଓଙ୍କ ପ୍ରତିନିଧି ଭାବେ ଏବିଡିଓ ଦେବେନ୍ଦ୍ର ପ୍ରଧାନ ଦାବିପତ୍ର ଗହଣ କରିଛନ୍ତି । ନାଉଗାଁ ବ୍ଲକ ଅଫିସ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ରାସ୍ତା, ଦେବୀଦୋଳସ୍ଥିତ ଦେବୀନଦୀରେ ଆଡିବନ୍ଧ, ଗୋବରୀ ନାଳରେ ଥିବା ସମସ୍ତ ସ୍ଲୁଇସ ଗେଟକୁ କାର୍ଯ୍ୟକ୍ଷମ କରିବା, ସାରର କଳାବଜାରୀ ବନ୍ଦ କରି ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ସାର ଯୋଗାଇବା, ନିଜ ପଂଚାୟତର ଚାଉଳ ସେହି ପଂଚାୟତର ଗାଁ ଗାଁରେ ଯୋଗାଇବା,ସରକାରୀ ସ୍କୁଲ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରିବା, ପ୍ରତି ଜିଲ୍ଲାରେ ମଦ ଦିପୋ ଖୋଲିବା ସିଦ୍ଧାନ୍ତ ପ୍ରତ୍ୟାହାର କରିବା, କୋଭିଡ ଟୀକାକରଣର ଅବ୍ୟବସ୍ଥା ଦୂର କରିବା ସହିତ ମେଡିକାଲରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ଯତ୍ନର ସହ କରିବା,ବିଦ୍ୟୁତ ଦରବୃଦ୍ଧି , ବିଦ୍ୟୁତ କାଟ ବନ୍ଦ କରିବା, ଡିଜେଲ, ପେଟ୍ରୋଲ , ରନ୍ଧନ ଗ୍ୟାସ ସହିତ ଡାଲି, ତେଲ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଅହେତୁକ ମୂଲ୍ୟ ବୃଦ୍ଧି ରୋକିବା, ୩ଗୋଟି କଳା କୃଷି ଆଇନ-୨୦୨୦, ବିଦ୍ୟୁତ ବିଲ୍ ସଂଶୋଧନ ଆଇନ ୨୦୨୦ ରଦ୍ଦ କରିବା, ଘରୋଇ କମ୍ପାନୀକୁ ସରଜାରୀ ଉଦ୍ୟୋଗ ବିକ୍ରି ବନ୍ଦ କରିବା ଏବଂ ରାସନ କାର୍ଡରୁ ବଂଚିତ ପରିବାରକୁ ତୁରନ୍ତ ରାସନ କାର୍ଡ ଯୋଗାଇବା ଆଦି ଦାବି ରହିଛି । ନାଉଗାଁ ଆଂଚଳିକ କମିଟିର ସଂପାଦକ ମହେଶ୍ୱର ଦାସଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ସୁବାସ ସ୍ୱାଇଁ, ଜିଲ୍ଲା କମିଟି ସଭ୍ୟ ବସନ୍ତ ମଲ୍ଲିକ, ଜନ ସ୍ୱାର୍ଥ ସୁରକ୍ଷା କମିଟିର ସଭାପତି ବଂଶୀଧର ବେହେରା, ଅଜିତ କାଣ୍ଡି, ଆର୍ତ ଦାସ, ରଘୁନାଥ ଦାସ, ବାବାଜୀ କାଣ୍ଡୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ