ମନରେଗାରେ କାର୍ଯ୍ୟରତ ଗାଁସାଥୀଙ୍କ ପ୍ରତି ଅବିଚାର ପ୍ରତିବାଦରେ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମନରେଗାରେ କାର୍ଯ୍ୟରତ ଓଡିଶା ପ୍ରଦେଶ ‘ଗାଁସାଥି (ମେଟ୍‌) ସଂଘ’ର ଆହ୍ୱାନ କ୍ରମେ ଆଜି ‘ଗାଁସାଥି (ମେଟ୍‌) ସଂଘ’ ଗଜପତି ଜିଲ୍ଲା ଶାଖାର ସଭାପତି ପଞ୍ଚୁ ନାୟକଙ୍କ ନେତୃତ୍ୱରେ ଗାଁସାଥିମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ପ୍ରତିବାଦ କରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା । ଏହା ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓଡିଶା ବିଧାନସଭାର ବିରୋଧି ଦଳ ନେତା, କଂଗ୍ରେସ ବିଧାୟକ ଦଳର ନେତା, ପଞ୍ଚାୟତିରାଜ ମନ୍ତ୍ରୀ, ପ୍ରମୁଖଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦାବି ଗୁଡିକ ମଧ୍ୟରେ ପଞ୍ଚାତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ଚିଠି ନଂ ୧୩୪୨୩ ତା ୧୭.୦୮.୨୦୨୧ ଓ ଚିଠି ନଂ ୧୨୧୩୦ ତା୨୯.୦୭.୨୦୧ରିଖ ଏଥି ସହ ମିଶନଶକ୍ତି ବିଭାଗର ଚିଠି ନଂ ୩୫୨ ତା ୧୯.୦୮.୨୦୨୧ରିଖ କୁ ତୁରନ୍ତ ପ୍ରତ୍ୟାହାର, ନିୟମାନୁଯାୟୀ ମାସକୁ ଉଚିତ ପ୍ରାପ୍ୟା ସହିତ ସର୍ବନିମ୍ନ ୧୦ଦିନର ଗ୍ୟାରେଣ୍ଟି କାର୍ଯ୍ୟ, ସମସ୍ତ ଗାଁସାଥୀ (ମେଟ)କୁ ୨୦ ହାଜର ଲେଖାଏଁ କୋଭିଡ ସହାୟତା ରାଶି ପ୍ରଦାନ ଓ ରାଜ୍ୟର ମନରେଗାରେ କାର୍ଯ୍ୟରତ ସମସ୍ତ ଜବକାର୍ଡଧାରୀ ପରିବାରମାନଙ୍କୁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନର ପ୍ରାପ୍ୟ ସହିତ ମନରେଗାରେ କାର୍ଯ୍ୟ ଯୋଗାଣ ତଥା ଦୈନିକ ମଜୁରୀ ୨୧୫ ଟଙ୍କାରୁ ବୃଦ୍ଧି କରି ୩୦୦ରୁ ଉର୍ଦ୍ଧ ଟଙ୍କା ପ୍ରଦାନ ଇତ୍ୟାଦି ପ୍ରମୁଖ ପ୍ରସଙ୍ଗରେ ଆଜି ସଂଘର ଗଜପତି ଜିଲ୍ଲା ଶାଖାର ସଂଗଠକମାନେ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ପଦାଧିକାରୀଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ । ଏଥିସହିତ ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଗାଁସାଥୀ(ମେଟ୍‌)ମାନଙ୍କ କାର୍ଯକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ହାତକୁ ଟେକି ଦେବାଲାଗି ବାରମ୍ବାର ଚିଠି ମାଧ୍ୟମରେ ଚେଷ୍ଟା କରୁଥିବାରୁ ସଂଘ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ବିଭାଗର ଏତାଦୃଶ କାର୍ଯ୍ୟକଳାପକୁ ସମୂହ ନିନ୍ଦା କରାଯାଇଥିଲା । ଏନେଇ ଗାଁସାଥୀ ମାନଙ୍କର ସମସ୍ୟାଗୁଡିକର ସମାଧାନ ପାଇଁ ସଂଘର ସଦସ୍ୟମାନେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ‘ଗାଁସାଥି (ମେଟ୍‌) ସଂଘ’ ଗଜପତି ଶାଖାର ସଭାପତି ଶ୍ରୀ ନାୟକ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ବିଧାନସଭା ଆଗରେ ହେବାକୁ ଥିବା ଆନ୍ଦୋଳନରେ ଯୋଗ ଦେବାପାଇଁ ଆହ୍ୱାନ ଦେଇଥିଲେ । ଗଜପତି ଜିଲ୍ଲାର ସମସ୍ତ ଗାଁସାଥିମାନେ ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ