କଳାକାର ବିଷ୍ଣୁ ମୋହନ ଜେନାଙ୍କ ବିୟୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଗ୍ରାମର କଳାକାର ବିଷ୍ଣୁ ମୋହନ ଜେନା(୬୮)ଙ୍କ ହୃଦ୍‌ଘାତରେ ବିୟୋଗ ଘଟିଛି । ଶନିବାର ବିଳମ୍ବିତ ରାତ୍ରରେ ସେ ଶୌଚ ପାଇଁ ଯାଇଥିବା ବେଳେ ପଡିଯାଇଥିଲେ । ପରିବାରଲୋକେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ସକାଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ପଦ୍ମନାଭ ମୁଖାଗ୍ନି ଦେଇଥିଲେ । ସେ ଏକାଧାରରେ ଜଣେ କଣ୍ଠ ଓ ନୃତ୍ୟ ଶିଳ୍ପୀ ଥିଲେ । ସେ ପୂର୍ବରୁ ବହୁ ଖୋଲା ମଞ୍ଚରେ ଅଭିନୟ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ କଣ୍ଠଦାନ କରିଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ