କୋଣାର୍କ ଯାତ୍ରୀନିବାସ ଘରୋଇକରଣ ଓ ଟେଣ୍ଡର ବାତିଲ ନେଇ ନାଗରିକ ସମୂହର ଧାରଣା

କୋଣାର୍କ (ଗଣେଶ ବେହେରା ): କୋଣାର୍କ ବିଶ୍ବ ପର୍ଯ୍ଯଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଘରୋଇକରଣ ଓ ଟେଣ୍ଡର ପ୍ରକ୍ରିୟା ବାତିଲ ଦାବିରେ କୋଣାର୍କ ନାଗରିକ ସମୂହ ପକ୍ଷରୁ ଯାତ୍ରୀନିବାସ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲା। ଖବରରୁ ପ୍ରକାଶ ଯେ ୧୯୮୭ ମସିହା ଅକ୍ଟୋବର ୧୦ତାରିଖ ଦିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ଉତ୍ତମମାନର ସେବା ପ୍ରଦାନ ପାଇଁ କୋଣାର୍କ ଯାତ୍ରୀନିବାସ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଯାତ୍ରୀନିବାସ ସ୍ବର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଲୋକାର୍ପିତ ହୋଇଥିଲା। ରାଜସ୍ବ ବିଭାଗ ଏହି ଯାତ୍ରୀନିବାସ ନିର୍ମାଣ ପାଇଁ ପ୍ରଦତ୍ତ ସରକାରୀ ଜମି ହସ୍ତାନ୍ତର କରିବା ସମୟରେ ଏହି ସଂସ୍ଥାକୁ ଘରୋଇକରଣ ନ କରିବା ପାଇଁ ଲିଖିତ ଚୁକ୍ତିନାମା କରିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୦୫ମସିହାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ନିଗମ କୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ରାଜସ୍ବ ବିଭାଗ ନିକଟରେ ପର୍ଯ୍ୟଟନ ବିଭାଗ କରିଥିବା ଚୁକ୍ତିନାମାକୁ ଖୋଲା ଉଲଂଘନ କରିଛି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ନିଗମ। କୋଣାର୍କ ଯାତ୍ରୀନିବାସ ହେଉଛି ସ୍ଥାନୀୟ ଅଞ୍ଚଳର ଅସ୍ମିତା ଓ ସ୍ବାଭିମାନର ପ୍ରତୀକ। ଏହି ସ୍ବାଭିମାନର ପ୍ରତୀକ କୋଣାର୍କ ଯାତ୍ରୀନିବାସକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ନିଗମ ଷଡଯନ୍ତ୍ର କରି ଘରୋଇ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସରକାରୀ ସମ୍ପତ୍ତି କୁ ଘରୋଇକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରିବା ଘଟଣା କୁ ବିରୋଧ କରିଛି କୋଣାର୍କ ନାଗରିକ ସମୂହ। ଆଜି କୋଣାର୍କ ସ୍ଥିତ ଯାତ୍ରୀ ନିବାସ ମୁଖ୍ୟ ଫାଟକ ସମ୍ମୁଖରେ ରେଡିଓ ନମସ୍କାର ଅଧ୍ୟକ୍ଷ ତଥା ମାନବାଧିକାର କର୍ମୀ ଏନଏ ଶାହା ଅନସାରୀ ଙ୍କ ସଭାପତିତ୍ବରେ କୋଣାର୍କ ଯାତ୍ରୀନିବାସ କୁ ଘରୋଇକରଣ ପାଇଁ ମସୁଧା ଓ ଟେଣ୍ଡର ପ୍ରକ୍ରିୟା ବାତିଲ ଦାବିରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଏହି ଗଣଧାରଣା ରେ ଓଡିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ କମିଟି ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ପୁରୀଜିଲ୍ଲା ପେଷାଦାର ସାମ୍ବାଦିକସଂଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସାମାଜିକ ଅନୁଷ୍ଠାନ ସୋଲାରର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ବରିଷ୍ଠ ଶ୍ରମିକ ନେତା ମନୋରଞ୍ଜନ ପରିଡା, କୋଣାର୍କ ସାମ୍ବାଦିକ ସଂଘ ଉପସଭାପତି ଭାଗୀରଥୀସ୍ୱାଇଁ, ସତ୍ଯଖବର ସମ୍ପାଦକ ଅକ୍ଷୟ କୁମାର ନାୟକ, କାକଟପୁର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିଶ୍ବଜିତ ସ୍ବାଇଁ, ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ସଭାପତି ପ୍ରତାପ କୁମାର କାଣ୍ଡି, ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି, ନାରୀ ସଂଗଠିକା ରୋଜାଲିନ ପ୍ରଧାନ, କୋଣାର୍କ ସାମ୍ବାଦିକ ସଂଘ ସମ୍ପାଦକ ମନୋରଞ୍ଜନ ପଣ୍ଡା, ସାମ୍ବାଦିକ ଅବନୀ ଭୂଷଣ ବାରିକ, ଅଜିତ କୁମାର ମଲ୍ଲିକ, ଜ୍ଞାନ ରଂଜନ ବିଶ୍ବାଳ, ଗଣେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଯାତ୍ରୀନିବାସର ଘରୋଇକରଣ କୋଣାର୍କ ଅସ୍ମିତା ପ୍ରତି ଏକ ଷଡଯନ୍ତ୍ର ବୋଲି ଅଭିହିତ କରିଥିଲେ। କୌଣସି ପରିସ୍ଥିତିରେ କୋଣାର୍କ ଯାତ୍ରୀନିବାସ କୁ ଘରୋଇକରଣ ପାଇଁ ଚାଲିଥିବା ଚକ୍ରାନ୍ତ କୁ ସଫଳ କରିବା ପାଇଁ ଦିଆଯିବ ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଓ ସଚିବ ଙ୍କ ଉଦ୍ଦେଶ୍ଯରେ ଯାତ୍ରୀ ନିବାସ ଘରୋଇକରଣ ବନ୍ଦ ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ନିଗମ ଟେଣ୍ଡର ପ୍ରକ୍ରିୟା ବାତିଲ ପାଇଁ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀଙ୍କ ମାଧ୍ୟମରେ ଏକ ଦାବିପତ୍ର କୋଣାର୍କ ନାଗରିକ ସମୂହ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ଗଣଧାରଣାରେ କୋଣାର୍କ ଅଂଚଳର ସାମ୍ବାଦିକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ କୋଣାର୍କ ଯାତ୍ରୀନିବାସ ଘରୋଇକରଣ ବନ୍ଦ ଓ ଏଥିପାଇଁ ଚାଲିଥିବା ଟେଣ୍ଡର ପ୍ରକ୍ରିୟା ବାତିଲ ପାଇଁ ଆସନ୍ତା ୫ଦିନ ମଧ୍ୟରେ ବିଜ୍ଞପ୍ତି ଜାରି ନକଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କୋଣାର୍କ ନାଗରିକ ସମୂହ ସଂଗଠନର ଆବାହକ ରେଡିଓ ନମସ୍କାର ଅଧ୍ୟକ୍ଷ ଏନଏ ଶାହା ଅନସାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ