ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ ମେସିନ ଉଦଘାଟିତ

ନିମାପଡା (ସନ୍ତୋଷ ଦାଶ ) : ଆଜି ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ସ୍ଥିତ 30ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଅଲଟ୍ରା ସାଉଣ୍ଡ ମେସିନ ଉଦଘାଟନ ହୋଇଯାଇଛି l ନିମାପଡା ବ୍ଲକ ଅଧକ୍ଷା ମନସ୍ବିନୀ ଖଟୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେସିନ କୁ ଫିତାକାଟି ଅlନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପ୍ରତ୍ୟେକ ଶୁକ୍ରବାର ଦିନ ଗର୍ଭବତୀ ମହିଳା ମାନେ ଏଠାରେ ମାଗଣାରେ ନିଜ ର ଆଧାର କାର୍ଡ ଓ ଡାକ୍ତର ଙ୍କ ପରାମର୍ଶ ପତ୍ର ( ପ୍ରେସକ୍ରିପସନ ) ଦେଇ ନିଜର ଅଲଟ୍ରାସାଉଣ୍ଡ କରି ପାରିବେ ବୋଲି ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ପ୍ରଶାନ୍ତ କୁମାର ସାମନ୍ତ ପ୍ରକାଶ କରିଛନ୍ତି l ଆଜି ପ୍ରଥମ ଦିନରେ 6 ଜଣ ଗର୍ଭବତୀ ମହିଳା ଙ୍କ ଅଲଟ୍ରାସାଉଣ୍ଡ କରାଯାଇ ସେମାନଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା l ଆଜି ଆୟୋଜିତ ଉଦଘାଟନୀ ଉତ୍ସବ ରେ ଅତିଥିଭାବେ 21 ନଂ ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଓଝା,ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସାଧିକାରୀ କ୍ଷମାନିଧି ସେଠୀ,ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଶ୍ରୀ ସାମନ୍ତ,ଡା. ଅଭିନନ୍ଦନ ମହାପାତ୍ର,ଡା. ଅଶୋକ କୁମାର ମହାପାତ୍ର,ଡା. ସୁପ୍ରଭା ରାଉତରାୟ,ବିପିଏମ ଶିବ ନାରାୟଣ ନନ୍ଦ,ବିଏଏମ ଆଶୁତୋଷ ମିଶ୍ର,ବିଜେଡି ନେତା ବିଶ୍ୱନାଥ ତ୍ରିପାଠୀ,ପ୍ରଭାତ ଦାଶ,ମହେନ୍ଦ୍ର ନାୟକ,ସନ୍ତୋଷ ପ୍ରଧାନ,ଦୀପକ ସାହୁ,ସୁଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗଦାନ କରିଥିଲେ l ତେବେ କେବଳ ଶୁକ୍ରବାର ଦିନ ଅଲଟ୍ରା ସାଉଣ୍ଡ କରାଯିବାକୁ ସ୍ଥିର ହୋଇଥିବାରୁ ଏଠାରେ ବହୁ ଭିଡ ହେବାର ସମ୍ଭାବନା ରହିଛି l ଏଣୁ ସପ୍ତାହ କୁ ଅତି କମ ରେ 4/5 ଦିନ ଅଲଟ୍ରା ସାଉଣ୍ଡ କରାଯିବାକୁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷlମନ୍ତ୍ରୀ ଙ୍କ ନିକଟରେ ଜନସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ