ମହାନ୍ ସଂଘର ମହିଳା ବିଭାଗର ସ୍ଵତନ୍ତ୍ର ବୈଠକ

ବ୍ରହ୍ମପୁର (ଅନିଲ କୁମାର ମହାରଣା): ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ମହିଳା ବିଭାଗର ସଭାନେତ୍ରୀ ଦେବୀପ୍ରଭା ରଥଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାନ ସଂଘର ସଭାପତି ସୁଶାନ୍ତ କୁମାର ସାବତ ଅତିଥିଭାବେ ଯୋଗଦେଇଥିଲେ। ଏହି ବୈଠକରେ ନାରୀମାନଙ୍କ ଆର୍ଥିକ, ସ୍ବାସ୍ଥ୍ୟ ଓ ଶିକ୍ଷା ର ବିକାଶ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନେବା ସହ ବରିଷ୍ଠ ମହିଳାଙ୍କ ନିମନ୍ତେ ଏତକ ସ୍ଵତନ୍ତ୍ର ଜରା ନିବାସ ସହର ମଧ୍ୟରେ ଆରମ୍ଭ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ଅଧୀକ ରୁ ଅଧିକ ମହିଳା ଓ ଶିଶୁ ମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ବ୍ରହ୍ମପୁରରେ କେବଳ ମହିଳା ଓ ଛାତ୍ରୀ ମାନଙ୍କ ନିମନ୍ତେ ଏକ ସ୍ଵତନ୍ତ୍ର ପାଠାଗାର ନିର୍ମାଣ ପାଇଁ ମହାନଗର ନିଗମ ପ୍ରଶାସନକୁ ଅନୁରୋଧ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈଠକରେ ମହିଳା ବିଭାଗର ସମ୍ପାଦିକା ସୁନନ୍ଦା ମହାପାତ୍ର, କୋଷାଧ୍ୟକ୍ଷା ଅନ୍ନପୂର୍ଣ୍ଣା ବେହେରା, ସାହିତ୍ୟ ବିଭାଗ ଅଧକ୍ଷା ଡ଼କ୍ଟର ସୂଚନା ପାଢ଼ୀ, ଭାରତୀ ପାତ୍ର, ସୁଚେତା ପାଣିଗ୍ରାହୀ, ନଳିନୀ ସାହୁ, ଲୋପା ସାମଲ, କିରଣବଳା ମିଶ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେଳେ ବହୁ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ଶେଷରେ ସୁନନ୍ଦା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ