ବିଦାୟକାଳୀନ ସମ୍ବର୍ଦ୍ଧନା
ଗଂଜାମ ( ବିନୋଦ ପଲେଇ ): ହୂମ୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବି. ଜ୍ୟୋତି ଦୋରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସଵ ଉକ୍ତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ସଭାପତି – ଶ୍ରୀ ରଂଜିତ ଗୌଡ଼ , ଏସ୍ଏମ୍ସି ଚେୟାରମ୍ୟାନ ମୁଖ୍ୟ ଅତିଥି- ଶ୍ରୀ ବିଜୟ ଚନ୍ଦ୍ର ବେହେରା , ଏବିଓଇ ମୁଖ୍ୟ ବକ୍ତା -ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ ( HM – ବୋରୀଗାଁ UPS ) ସଂମ୍ମାନିତ ଅତିଥି ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା ଏବିଓଇ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମନ୍ତ୍ରୀ ଏବିଓଇ ଶ୍ରୀ ମହେଶ୍ୱର ବେହେରା (HM – ବୀରଭଦ୍ର ନୋଡାଲ ହାଇସ୍କୁଲ ) ଆସନ ଅଳଙ୍କୃତ କରିଥିଲେ | ଉକ୍ତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସମସ୍ତ ମେମ୍ବର, ତତସଙ୍ଗେ ସଙ୍ଗେ 1989,1990 BETCH ର ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗଦେଇ ସମସ୍ତେ ଦିଦିଙ୍କ ସହିତ ଅତୀତର ଘଟଣାବଳିର ସ୍ମୃତିଚାରଣ କରିଥିଲେ | ପୂର୍ବତନ ଛାତ୍ର ତଥା ବର୍ତ୍ତମାନର ରାଜପୁର ସିଆର୍ସିସି ରବୀନ୍ଦ୍ର ସେଠୀ ଜଣେ ଛାତ୍ରଭାବେ ଯୋଗ ଦେଇ ଜ୍ୟୋତି ଦିଦିଙ୍କ ଶିକ୍ଷା ଦାନର ପ୍ରତ୍ୟେକଟି ବିଷୟରେ ସ୍ମୃତିଚାରଣ କରିଥିଲେ | ଉକ୍ତ ବିଦ୍ୟାଳୟ ଶିକ୍ଷକ ଶ୍ରୀ ନିରଞ୍ଜନ ମୁଦୁଲି, ସିଆର୍ସିସି ଶ୍ରୀ ଦାମୋଦର ପଣ୍ଡା, ପୂର୍ବତନ ସିଆର୍ସିସି ଶ୍ରୀ ନିରଞ୍ଜନ ମହାପାତ୍ର ଙ୍କ ସହିତ ମଞ୍ଚାସିନ ଅତିଥିମାନେ ଜ୍ୟୋତି ଦିଦି ଓ ଶ୍ରୀ ସୁଦର୍ଶନ ପରିଡା ସାରଙ୍କ ସହିତ ବିତାଇଥିବା କିଛି ଅଭୁଲା ମୁହଁର୍ତ୍ତକୁ ମନେପକାଇ ଥିଲେ | ଏହାପରେ ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହିତ ଉପଢୌକନ ଦେଇ ସଂମ୍ମାନିତ କରାଯାଇଥିଲା | ଆଜିର ମୁଖ୍ୟ ଆକର୍ଷଣ ତଥା ବିଦାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ବି ଜ୍ୟୋତି ଦୋରା ଓ ଶ୍ରୀ ସୁଦର୍ଶନ ପରିଡା ସାରଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ସହିତ ଉପହାର ଦେଇ ସଂମ୍ମାନିତ କରାଯାଇଥିଲା | ସରକାରଙ୍କ କୋଭିଡ-୧୯ ର ସମସ୍ତ ଗାଇଡ଼ଲାଇନକୁ ମାନି ଆଜିର କାର୍ଯ୍ୟକ୍ରମକୁ ଶ୍ରୀ ଦାମୋଦର ପଣ୍ଡା ସଂଚାଳନ କରିଥିଲେ | ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନିମନ୍ତ୍ରିତ ଅତିଥି ତଥା ଏସ୍ଏମ୍ସି ମେମ୍ବର, ପୂର୍ବତନ ଛାତ୍ରଛାତ୍ରୀ ଙ୍କ ଦ୍ଵାରା କରାଯାଇଥିଲା | ଶେଷରେ ଶ୍ରୀ ନିରଞ୍ଜନ ମୁଦୁଲି ସାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଆଜିର କାର୍ଯ୍ୟକ୍ରମ କୁ ଏଇଠି ସମାପ୍ତ କରିଥିଲେ |


