ଛାତ୍ର କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ
ଭଣ୍ଡାରୀପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ରାଜ୍ୟ ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନଙ୍କ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି। ଭଣ୍ଡାରିପୋଖରୀ କନିଷ୍ଠ ମହାବିଦ୍ୟାଳୟ ଠାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ ପହଂଚି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିକ୍ରମ ସେନାପତିଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଷ୍ଟାଫ ସିଲେକ୍ସନ କମିଶନଙ୍କ ଦୁର୍ନୀତି ପ୍ରତିବାଦରେ ଦସ୍ତଖତ ଦେଇଥିଲେ। ଏଥିରେ ଛାତ୍ର ନେତା ଦୀପ୍ତିରଞ୍ଜନ ନାୟକ, ରାଜେଶ ଦାସ, ଶୁଭମ ସେଠୀ, ଜ୍ଞାନରଞ୍ଜନ ଦାସ,ସୌମ୍ୟରଂଜନ ପହି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


