ସାର ଦୋକାନରେ ଏଡିଏମଙ୍କ ଯାଞ୍ଚ
ଭଣ୍ଡାରୀପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଆଜି ଏଡିଏମ ମଧୁସୂଦନ ଦାସ ଭଣ୍ଡାରିପୋଖରୀ ଗସ୍ତ କରି ବିଭିନ୍ନ ରାସାୟନିକ ସାର ଦୋକାନ ଗୁଡିକ ଯାଞ୍ଚ କରିଥିବା ଜଣାପଡ଼ିଛି। ସାର କଳାବଜାରୀ ସହିତ ବେଆଇନ ମୂଲ୍ୟବୃଦ୍ଧି ହେଉଥିବା ଅଭିଯୋଗ ହେବା ପରେ ଜିଲ୍ଲା ଏଡିଏମ ଆଜି ଦୋକାନ ଗୁଡିକୁ ଯାଞ୍ଚ କରିଛନ୍ତି। ଭଣ୍ଡାରିପୋଖରୀ ବଜାର ସମେତ ପାଳଦାବାଙ୍କ ଓ ସରସଦା ପ୍ରମୁଖ ସ୍ଥାନ ଗୁଡିକୁ ଶ୍ରୀଦାସ ଗସ୍ତ କରି କାଗଜପତ୍ର ଯାଞ୍ଚ ସହ ଗଛିତ ସାର ବାବଦରେ ତନଖି କରିଥିଲେ। ଏହାଛଡା ରହଣିଆ ସମିତି ଠାରେ ପହଂଚି ସମ୍ପାଦକ ସନ୍ତୋଷ ଦାସଙ୍କ ଠାରୁ ଧାନ ପଞ୍ଜିକରଣ ବାବଦରେ ତଥ୍ୟ ସଂଗ୍ରହ କରିଥିଲେ। ଏଥିରେ ତହସିଲଦାର କ୍ଷୀରୋଦ ପଣ୍ଡା, ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।


