କାଦୁଆଣୀରେ ବିଜେପିର ବହଳଦା ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ରାଇରଙ୍ଗପୁର ,(ଅକ୍ଷୟ ବିଶ୍ୱାଳ): ବହଳଦା ବ୍ଲକ ୨୬ନଂ ଜୋନ ତଥା ବହଳଦା ମଣ୍ଡଳର ପ୍ରଥମ କାର୍ୟ୍ୟକାରିଣୀ ବୈଠକ କାଦୁଆଣିରେ ଅନୁଷ୍ଠିତ ହୋଇଯାଇଛି।ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରାଯିବାକୁ ଗୁରୁତ୍ଵ ଦିଆଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ବହଳଦା ମଣ୍ଡଳ ସଭାପତି ଶ୍ରୀକାନ୍ତ ମହାନ୍ତ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ଦାଶ(ବାପି) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଝରାଡିହି ମଣ୍ଡଳର ସଭାପତି ମାଧବ ଚନ୍ଦ୍ର ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା କୋର କମିଟିର ସଦସ୍ୟ ଇଶାନ ମିଶ୍ର ସମାରୋକ ଅଭିଭାଷଣ ଦେଇଥିଲା ବେଳେ ବିଜେପିର ରାଜ୍ୟ ସମ୍ପାଦକ ନବୀନରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଦଳୀୟ ସଂଗଠନ କିପରି ସୁଦୃଢ ହୋଇ ପାରିବ ସେ ନେଇ ଆଲୋଚନା କରିବା ସହ ମାଗ ଦର୍ଶନ କରିଥିଲେ। ବିଧାୟକ ପ୍ରତିନିଧି ହିରଣ ବସା, ସାଂସଦ ପ୍ରତିନିଧି ସଂଗ୍ରାମ ଭାଇ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର(ଜିତୁ) ସାହୁ,କାର୍ଯ୍ୟକାରିଣୀ ସଦସ୍ୟା ରାନୀ ମଣ୍ଡଳ, ଯୁବ ମୋଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ରାହୁଲ ପାତ୍ର, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଜୟନ୍ତ ମହାପାତ୍ର, ମୋଚ୍ଚା ସମ୍ପାଦକ ବାବୁଲା ଭାଇ,୨୬ନଂ ଜୋନ ଜିଲ୍ଲା ପରିଷଦ ସୁନୀଲ ମହାନ୍ତ, ପାରାଉ ହେମ୍ବ୍ରମ, ଜିତୁୁ ସାହୁ, ସଂଜୀବ ସାହୁ, ବହଳଦା ଶାଖାର ସାଧାରଣ ସମ୍ପାଦକ ମଙ୍ଗୁଳୁ ଲୋହାରଙ୍କ ସମେତ ବହୁ କର୍ମକର୍ତ୍ତା ଆଜିର କାର୍ୟ୍ୟକାରିଣୀ ବୈଠକରେ ସାମିଲ ହୋଇଥିଲେ। ବୈଠକ କାର୍ଯ୍ୟକ୍ରମ ଶେଷରେ ବହଳଦା ମଣ୍ଡଳର ସାଧାରଣ ସମ୍ପାଦକ ବୁଲା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।


